ବଲାଙ୍ଗୀର: ପିକନିକ ବସ-ଟ୍ରକ ଧକ୍କା, ୫ ଆହତ

ବଲାଙ୍ଗୀର: ବଲାଙ୍ଗୀର ଆୟୁର୍ବେଦ କଲେଜର ଛାତ୍ରଛାତ୍ରୀମାନଙ୍କ ପିକନିକ ବସ ସହିତ ଏକ ଟ୍ରକ୍‌ର ଧକ୍କା ହୋଇଛିି। ଏଥିରେ ବସ ଡ୍ରାଇଭର ସହିତ ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନର ଅନୁଯାୟୀ, ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଧେଶ୍ୟାମ ନାମକ ଏକ ଘରୋଇ ବସରେ ପିକ୍‌ନିକ କରିବା ପାଇଁ ଜଗଦଲପୁରୀ ଯାଇଥିଲେ। ସେମାନେ ଆଜି ସକାଳେ ଫେରୁଥିବା ବେଳେ ବଲାଙ୍ଗୀର- ଟିଟିଲାଗଡ଼ ରାସ୍ତାର ବଲାଙ୍ଗୀର ଚେକ୍‌ଗେଟ ନିକଟରେ ଏକ ଟ୍ରକ୍‌ ସହିତ ବସର ଧକ୍କା ହୋଇଥିଲା। ଏଥିରେ ବସର ଡ୍ରାଇଭର ଓ ୪ ଜଣ ଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର