ବିଂଝାରପୁର : ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ବିଂଝାରପୁର ପୁଲିସ ଗତକାଲି ବିଳମ୍ଵିତ ରାତିରେ ଜଣେ ଯୁବକଙ୍କୁ ଉତ୍ତରପ୍ରଦେଶର କାନପୁର ଉଠାଇ ଆଣି ଥାନାରେ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି। ଅଟକ ଯୁବକଙ୍କ ସଂପର୍କରେ ପୁଲିସ ମୁହଁ ଖୋଲୁନି। ପିହୁ ନିଖୋଜ ଘଟଣା ନେଇ ନିକଟରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଯାଜପୁର ଗସ୍ତରେ ଆସି ପୁଲିସ ଏବଂ ପ୍ରଶାସନ ସହ ଆଲୋଚନା କରି କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆଡକୁ ଇସାରା ଦେଇଥିଲେ। ଏହି ଘଟଣାରେ ତଦନ୍ତ ପାଇଁ ଏକ ଟିମ୍ ରାଜ୍ୟ ବାହାରକୁ ଯାଇଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଥିଲା।
ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ରଥସାହି ଗ୍ରାମର ମୋନାଲିସା ନାୟକ ଓ ଲକ୍ଷ୍ମଣ କୁମାର ନାୟକଙ୍କ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ (ପିହୁ)କୁ ଖୋଜିବା ପାଇଁ ପୁଲିସ ଦିନରାତି ଏକ କରିଦେଇଛି। ଏହି ଘଟଣାରେ ଖୁବ୍ଶୀଘ୍ର ସଫଳତା ମିଳିବ ବୋଲି ପୁଲିସ ଦାବି କରୁଥିବା ବେଳେ ଏବେ କାନପୁରରୁ ଜଣେ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ଜେରା କରୁଛି। ତେବେ ଏହି ଅଟକ ଯୁବକଜଣକ କିଏ? ସେ କାନପୁରରେ କ'ଣ କରନ୍ତି ? ପୁଲିସ ତାଙ୍କୁ ଆଣିବାକୁ କାନପୁର କାହିଁକି ଯାଇଥିଲା ? ପିହୁ ନିଖୋଜ ପଛରେ କ'ଣ ରହସ୍ୟ ରହିଛି ? ଏଭଳି ଅନେକ ପ୍ରଶ୍ନ ସ୍ଥାନୀୟ ଲୋକଙ୍କୁ ଆନ୍ଦୋଳିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/police_eps2131dessd____-750x400-1.jpg)