ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ଯୋଗୁଁ ସ୍ଥଗିତ ଥିବା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩୦ରେ ଭୋଟ ଗ୍ରହଣ ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ହୋଇ ସାରିଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ଏଥର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ (ନୋ କ୍ୟାମ୍ପେନ୍ ପିରିୟଡ଼) ନିରବ ସମୟ ୪୮ ଘଣ୍ଟାରୁ ୭୨ ଘଣ୍ଟାକୁ ବୃଦ୍ଧି କରାଯାଇଛି ଅର୍ଥାତ୍ ମତଦାନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି ଓ ନିର୍ଦେଶନୁସାରେ ୨୭-୦୯-୨୦୨୧ ସଂଧ୍ୟା ୬ ଘଟିକା ଠାରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି।
ଏହି ସମୟ ମଧ୍ୟରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ବ୍ୟତୀତ ନିର୍ବାଚନ ମଣ୍ଡଳୀର କୌଣସି ବାହାର ଲୋକ ରହିପାରିବେ ନାହିଁ, ଯଦି କୌଣସି ଲୋକ ନିର୍ବାଚନମଣ୍ଡଳୀ ମଧ୍ୟରେ ଥିବା ଜଣାପଡନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି। ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ଗୋଟି ପୁଲିଂ ପାର୍ଟି ନିୟୋଜିତ ହୋଇଥିବା ବୁଥ୍ ମାନଙ୍କୁ ଯିବେ।କୋଭିଡ-୧୯ ଦୃଷ୍ଟି କୋଣରୁ ନିୟୋଜିତ ହୋଇଥିବା ପୁଲିଂ ପାର୍ଟି ମାନଙ୍କୁ ତିନିଗୋଟି ପର୍ଯ୍ୟାୟରେ ବୁଥ୍ ମାନଙ୍କୁ ପ୍ରେରଣ କରାଯିବାକୁ ସ୍ଥିର କରାଯାଇଛି। ସକାଳ ୬. ୩୦ମିନିଟ୍ରୁ ସକାଳ ୧୦ଟା ଯାଏ ପ୍ରଥମ ପର୍ଯ୍ୟାୟ, ୧୦ଟା ରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଅପରାହ୍ନ ୧ଘଟିକା ଠାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଏହିପରି ଭାବରେ ପୁଲିଂପାର୍ଟି ମାନଙ୍କୁ ବୁଥ୍ ଗୁଡିକୁ କଡା କୋଭିଡ୍ କଟକଣା ମଧ୍ୟରେ ପ୍ରେରଣ କରାଯିବ।
ଉପନିର୍ବାଚନ କାର୍ଯ୍ୟରେ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏହା ମଧ୍ୟରେ ୯୮ଜଣ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । ଏହା ବ୍ୟତୀତ ବୁଥ୍ ବାହାରେ ରହି ନିର୍ବାଚନ କାର୍ଯ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି। ଏହି କର୍ମଚାରୀ ମାନେ ବିଶେଷ ଭାବରେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀପ୍ରକାଶ କରିଛନ୍ତି। ସେହିପରି ଉପନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି କମ୍ପାନି ବି.ଏସ୍.ଏଫଙ୍କ ସହ ପ୍ରାୟ ୨୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।ପୁରୀ ଅରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩୨ ଗୋଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି ଯାହାକୁ ୭ଜଣ ଡି.ଏସ୍.ପି ଓ ୩ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହାୟତା କରିବେ। ନିର୍ବାଚନ ମଣ୍ଡଳୀର ୩୪୮ଗୋଟି ବୁଥ୍ ମଧ୍ୟରୁ ୨୦୧ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି। ଏହି ସବୁ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସସସ୍ତ୍ରବଳ/ମାଇକ୍ରୋଅବଜରଭର/ଓ୍ୱେବ୍ କ୍ୟାମେରା ଇତ୍ୟାଦିକୁ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।
ନିର୍ବାଚନ କାର୍ଯ୍ୟରେ ମୋଟ ୪୩୨ଗୋଟି ଯାନ ନିୟୋଜିତ କରାଯାଇଛି।ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ କର୍ମଚାରୀ, ପୁଲିସ୍ କର୍ମଚାରୀ, ବାହାରର କର୍ମଚାରୀ ଯଥା-ଯାନ ଚାଳକ, କ୍ୟାମେରା ମ୍ୟାନ୍ ଇତ୍ୟାଦି ସମସ୍ତଙ୍କୁ କୋଭି଼ଡ୍ ଟିକା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ କରାଯାଇଛି। ସେହିପରି ଅନୂରୁପ ଭାବେ ସମସ୍ତ ପ୍ରାର୍ଥୀ ମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ନିର୍ବାଚନ ଏଜେଣ୍ଟ, ଗଣତି ଏଜେଣ୍ଟ ଇତ୍ୟାଦିଙ୍କୁ ସମ୍ପୂର୍ଣ୍ଣ କୋଭିଡ ଟିକା ପ୍ରଦାନ କରାଯାଇଛି ।ଏଥି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପୁରୀ, ଡେଲାଙ୍ଗ ଓ ପିପିଲିରେ ସ୍ୱତନ୍ତ୍ର କୋଭିଡ୍ ଟିକାକରଣ କ୍ୟାମ୍ପ ଆୟୋଜିତ ହୋଇଥିଲା।ପିପିଲି ଉପନିର୍ବାଚନ ନିମନ୍ତେ ମୋଟରେ ୩୪୮ଗୋଟି ବ୍ୟାଲଟ ୟୁନିଟ୍, ୩୪୮ ଗୋଟି କଣ୍ଟ୍ରୋଲ ୟୁନିଟ୍ ଓ ୩୪୮ ଗୋଟି ଭି.ଭି.ପ୍ୟାଟୁନ୍ ନିୟୋଜିତ କରା ଯାଇଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଇ.ଭି.ଏମ୍କୁ ଗଚ୍ଛିତ କରି ରଖାଯାଇଛି।
ନିର୍ବାଚନ ସମୟରେ ଇ.ଭି.ଏମରେ କୈଣସି ପ୍ରକାର ତ୍ରୁଟିକୁ ସୁଧାରିବା ନିମନ୍ତେ ହାଇଦ୍ରାବଦରୁ ଆସିଥିବା ୮ଜଣ ଇଞ୍ଜିନିୟର ମାନଙ୍କୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି। ବରିଷ୍ଠ ନାଗରିକ ୮୦ ବର୍ଷରୁ ଉର୍ଦ୍ଧ୍ୱ, ଦିବ୍ୟାଙ୍ଗ ଏବଂ ସନ୍ଦିଗ୍ଧ କୋଭିଡ ଆକ୍ରାନ୍ତ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ଓ ୯୨୪ ଜଣଙ୍କୁ ପୋଷ୍ଟାଲ ବାଲାଟ୍ ମଧ୍ୟମରେ ଭୋଟ ଦେବା ନିମନ୍ତେ ଚିହ୍ନଟ କରାଯାଇଛି।ପ୍ରତି ଭୋଟରଙ୍କୁ ଭୋଟର ତାଲିକାରେ ଥିବା ସେମାନଙ୍କର କ୍ରମିକ ସଂଖ୍ୟା ଓ ବୁଥ୍ ସମ୍ପର୍କରେ ଆଗୁଆ ସୂଚନା ଦେବା ନିମନ୍ତେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାନୁସାରେ ପ୍ରଶାସନ ତରଫରୁ ସମସ୍ତ ଭୋଟର ମାନଙ୍କୁ ଚିରକୁଟ ବାଣ୍ଟିବାର ବ୍ୟବସ୍ଥା କରା ଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ ୩୦୦୯ ଜଣ ଦିବ୍ୟାଙ୍ଗ ଭୋଟର ମାନଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଘରୁ ମତଦାନ କେନ୍ଦ୍ରକୁ ନେବା ଆଣିବା ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।
ବୁଥରେ ସେମାନଙ୍କ ପାଇଁ ରାମ୍ଫ ଓ ହ୍ୱିଲୱେୟାର ବ୍ୟବସ୍ଥା କରାଯିବାସହ ମତଦାନ କେନ୍ଦ୍ର ମଧ୍ୟରେ ସହାୟତା ନିମନ୍ତେ ସ୍ୱେଚ୍ଛାସେବକ ନିଯୁକ୍ତ କରାଯାଇଛି।ଜିଲ୍ଲା ନିର୍ବାଚନ ଅଧିକାରୀ ଦ୍ୱାରା କୋଭିଡ ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କରାଯାଇଛି ବୋଲି ମୁଖ୍ୟନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ଅଦ୍ୟାବଧି ୩ ଗୋଟିକେ ସ୍ରୁଜୁ କରାଯାଇଛି ଓ କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ୪ ଗୋଟି କେସସ୍ ମହାମାରୀ ଆଇନ୍ ୧୮୯୭ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ ବଳରେ ରୁଜୁ କରାଯାଇ ଅଭିଯୁକ୍ତଙ୍କ ଠାରୁ ୫୦୦୦ଟଙ୍କା ଫାଇନ ଆଦାୟ କରା ଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଦିନ ଅର୍ଥାତ୍ତା ୩୦-୦୯-୨୦୨୧ରିଖରେ ନିର୍ବାଚନ ମଣ୍ଡଳୀରେ ଭୋଟର ମାନଙ୍କ ପାଇଁ ସବୈତିନିକ ଛୁଟି ମଞ୍ଜୁର କରାଯାଇଛି।ଏହା ବ୍ୟତିତ୍ବ ବାଣିଜ୍ୟିକ ଅନୁଷ୍ଠାନ ଓ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଯେଉଁ ମାନେ କି ଭୋଟର ହୋଇଥିବେ ସେମାନଙ୍କ ପାଇଁ ମଧ୍ୟ ସବୈତିନିକ ଛୁଟି ଘୋଷଣା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମତଦାନ କରିବା ନିମନ୍ତେ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Sushil-Kumar-Lohani.jpg)