ସଂପର୍କୀୟ ମାମୁ ପୁଅ ପିପିଲିରୁ ଉଠାଇ ନେଇ ଗଞ୍ଜାମରେ ଜୋରଜବରଦସ୍ତ କରିଥିଲା ବିବାହ; ନାବାଳିକା ହେଲେ ଉଦ୍ଧାର

ପୁରୀ: ପିପିଲି ଅଞ୍ଚଳରୁ କିଛିଦିନ ତଳେ ନିଖୋଜ ନାବାଳିକା ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳରୁ ଉଦ୍ଧାର ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅକୁ ସୋରଡା ବ୍ଲକ ସାଲିମାଗୋଚ୍ଛା ପଞ୍ଚାୟତର ମୁଡେଶକୁପା ଗାଁରୁ ଉଦ୍ଧାର କରାଯାଇଛି । ନାବାଳିକା ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ କରାଯାଇଥିବା ଅଭିଯୋଗ ହୋଇଛି ।

ଛାତ୍ରୀ ଜଣକ ଦଶହରା ପରେ ସ୍କୁଲ ନଆସିବାରୁ ଶିକ୍ଷୟିତ୍ରୀ ସନ୍ଦେହ କରି ନାବାଳିକାଙ୍କ ପରିବାର ଲୋକଙ୍କୁ ଝିଅ ବାବଦରେ ପଚାରିଥିଲେ । ଏହାପରେ ପରିବାର ଲୋକେ ଯାହା କହିଲେ ତାହା ଶୁଣି ଶିକ୍ଷୟିତ୍ରୀ ଚକିତ ହୋଇଯାଇଥିଲେ । ନାବାଳିକାର ସଂପର୍କୀୟ ମାମୁ ପୁଅ ନାବାଳିକାକୁ ବଳପୂର୍ବକ ଘରକୁ ନେଇ ଯାଇ ବିବାହ କରିଥିବା ପରିବାରଲୋକ କହିଛନ୍ତି।।

ନାବାଳିକାଙ୍କ ପରିବାରଲୋକଙ୍କ ଠାରୁ ଶିକ୍ଷୟିତ୍ରୀ ଜଣକ ସବୁକଥା ଶୁଣିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଟୁଇଟ କରି ଘଟଣା ସଂପର୍କରେ ଜଣାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋରଡା ସିଡିପିଓ ଓ ବରଗଡ ପୁଲିସ ମୁଡେସକୁପା ଗାଁକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ନାବାଳିକାଙ୍କୁ ଏବେ ବ୍ରହ୍ମପୁର ଚାଇଲ୍‌ଡ କେୟାରରେ ରଖାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର