ଜମିବାଡ଼ିକୁ ନେଇ ପୂର୍ବ ଶତ୍ରୁତାରୁ ଘରେ ଗୁଣ୍ଡା ପୁରାଇ ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ଆଠଗଡ଼: ଜମିବାଡ଼ି ବିବାଦକୁ ନେଇ ଗୁରୁବାର ରାତିରେ ଘରେ ଗୁଣ୍ଡା ପୁରାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ନେଇ ଆଠଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ଜମିବାଡ଼ି ଘଟଣାକୁ କେନ୍ଦ୍ରକରି ବାସନ୍ତୀ ବର୍ମ୍ମା ଓ ସଂଜୟ ବର୍ମ୍ମାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଉଭୟ ପରିବାର ଏଥିପାଇଁ ବହୁବାର ଆଠଗଡ ଥାନାର ଦ୍ବାରସ୍ତ ହୋଇଛନ୍ତି। ଗତ ୯ ତାରିଖରେ ବାସନ୍ତୀ ଓ ତାର ପରିବାରକୁ ମାଡ ମାରି ଗୁରୁତର ଆହତ କରି ଘରେ ତାଲା ପକାଇ ଘରୁ ବାହାର କରିଦେଇଥିଲେ। ଘଟଣା ସମ୍ପର୍କରେ ବାସନ୍ତୀ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆଠଗଡ ଥାନା କେଶ ନମ୍ବର ୫୦/୨୧। ପରିବାର ଲୋକ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଥାଇ ଘର ଛାଡ଼ି ବାହାରେ ରହୁଥିଲେ୍। ପୁନର୍ବାର ଗତକାଲି ରାତିରେ ସଞୟ ଓ ତାର ସାଥୀମାନେ ବାସନ୍ତୀଙ୍କ ଘରେ ତାଲା ଭାଙ୍ଗି ଟିଭି, ଫ୍ରିଜ,ଏସି, ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ବାସନ୍ତୀ ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛି। ଏହି ଘଟଣା ପରେ ବାହାରେ ରହୁଥିବା ବାସନ୍ତୀଙ୍କ ପୁଅ ମାନେ ଗ୍ରାମକୁ ଆସିଛନ୍ତି। ଆଗାମୀ ଦିନରେ କୈଣସି ଅଘଟଣ ଘଟିବା ପୂର୍ବରୁ ପୋଲିସ ତୁରନ୍ତ ଦୂଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର