ରାୟଗଡା: ରାୟଗଡା ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଘରର ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ ଦ୍ବିତୀଚନ୍ଦ୍ର ସାହୁ ଯୋଗ ଦେଇ ପିଲାଙ୍କୁ ବୃକ୍ଷରୋପଣର ଉପକାରିତା ଏବଂ ସମାଜରେ ଏହାର କି ପ୍ରକାର ପ୍ରଭାବ ପଡିବ ସେନେଇ ବିସ୍ତୃତ ବୁଝାଇଥିଲେ। ଗ୍ଲୋବାଲ ବାର୍ମିଂ ଯୋଗୁଁ ପୃଥିବୀ ଧ୍ବଂସାଭିମୁଖ ଆଡକୁ ଗଲାଣି। ଏବେ ଠାରୁ ଆମେମାନେ ଯତ୍ନବାନ ନହେବେ ତେବେ ଭବିଷ୍ୟତରେ ବହୁ କଷ୍ଟ ଭୋଗିବା ବୋଲି କହିଥିଲେ। ସେହିପରି ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ତଥା ସଂଯୋଜକ ପ୍ରମେନ୍ଦ୍ର ପରିଛା ଯୋଗ ଦେଇ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ନିଜ ପରିବାରର ସମସ୍ତ ସଦସ୍ୟମାନଙ୍କ ନାମରେ ମଧ୍ୟ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପ୍ରବର୍ତ୍ତାଇଥିଲେ।

Advertisment

ଏହି ଅବସରରେ ଏହି ବିଦ୍ୟାଳୟରେ ୧୦୧ଟି ବିଭିନ୍ନ ଜାତିର ଫଳ, ଫୁଲ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ପଟନାୟକ, ତନୁଶ୍ରୀ ସାହୁକାର, ବିହାରୀ କ୍ରିଷ୍ଣା, ମଞ୍ଜୁଲତା ରାଣୀ ତ୍ରିପାଲି, ଚନ୍ମୟୀ ସାହୁ, ବନପାଳ କୁନା ବେହେରା, ବନରକ୍ଷୀ ସୁରେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।