କୋରାପୁଟ: ଲଣ୍ଡା ପାହାଡ଼ରେ ୨୦ ହଜାର ଚାରାରୋପଣ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକକୁ ସବୁଜ ସୁନ୍ଦର ବ୍ଲକ ଗଢି ତୋଳିବା ଉଦ୍ଦେଶ୍ୟ ନେଇଁ ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନବିଭାଗ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଚଳିତ ବର୍ଷ ଚମ୍ପି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିନଗର ବାଲଡା ଲଣ୍ଡା ପାହାଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାା ଲକ୍ଷ୍ମୀପୁର ରେଞ୍ଜର କୁମାର ଖରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁୱାଇ କୁଲେସିକା ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ରେଞ୍ଜର ବସୁଦେବ ମହାଙ୍କୁଡ, ଡବ୍ୟୁଇଓ ପ୍ରଦିପ କୁମାର ମିଶ୍ର, ମହାବିଦ୍ୟାଳୟର ଅଧ୍ୟାପକ ପ୍ରକାଶ କୁମାର ସେନାପତି, ସାଙ୍ଗାନ୍ନା ହାଇସ୍କୁଲର ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା, ଓଏମସିର ଅଧିକାରୀ ପିଏନ୍‌ ପାଣିଗ୍ରାହୀ, ଅବକାରୀ ଅଧିକାରୀ ଭବାନି ଶଙ୍କର ସେଠୀ, ଚମ୍ପି ସ୍କୁଲର ଶିକ୍ଷକ ସୁରେଶ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥି ମାନେ ଗ୍ରାମବାସୀଙ୍କୁ ବୃକ୍ଷରୋପଣ ଓ ବୃକ୍ଷର ଆବଶ୍ୟକତା ଉପରେ ସୂଚନା ପ୍ରଦାନ କରିଥିଲୋ ଏହା ପରେ ନିକଟସ୍ଥ ପାହାଡର ପ୍ରାୟ ୨୦ ହେକଟର ଜମିରେ ବିଭିନ୍ନ କିସମର ୨୦ ହଜାର ଚାରାରୋପଣ କରାଯାଇଥିଲାା ସ୍ଥାନୀୟ ଲୋକେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଫଳ ଗଛ ଲଗାଇପାରିଲେ ସାଧାରଣ ଲୋକ ଏଥିରେ ଅଧିକ ଉପକୃତ ହୋଇପାରିବେ ଓ ଆଗ୍ରହର ସହ ଜଙ୍ଗଲରେ ମଧ୍ୟ ସେମାନଙ୍କ ରକ୍ଷଣା ବେକ୍ଷଣା କରିପାରିବେ ବୋଲି ପ୍ରକାଶ କରିଥିଲୋ

ସମ୍ବନ୍ଧିତ ଖବର