ବଲାଙ୍ଗୀର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମାନବ ସଭ୍ୟତାକୁ ବଞ୍ଚାଇବାକୁ ପ୍ରଚୁର ପରିମାଣର ଗଛ ଲଗାଇବା ଦରକାର। କେବଳ ଲଗାଇଦେଇ ଦାୟିତ୍ବ ସାରି ନଦେଇ ଗଛକୁ ସୁରକ୍ଷିତ ରଖିବାକୁ ମଧ୍ୟ ଉଦ୍ୟମ କରାଯିବା ଦରକାର। ଏହି ଲକ୍ଷ୍ୟ ନେଇ ବଲାଙ୍ଗୀର ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ଚଳିତ ବର୍ଷ ବନମହୋତ୍ସବର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର କୋଶଳ କଳାମଣ୍ଡଳସ୍ଥିତ ସଂସ୍କୃତିଭବନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ବନ ବିଭାଗର କ୍ଷେତ୍ରୀୟ ଅଧିକାରୀ କେଶବ କିଶୋର ନାୟକ ଓ ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ‘ସମ୍ବାଦ-ସାହିତ୍ୟଘର’ ବଲାଙ୍ଗୀର ଶାଖା ସଭାପତି ସନ୍ଦୀପ କୁଅଁରଙ୍କ ନେତୃତ୍ବ ଓ ସଂପାଦକ ଅଧ୍ୟାପକ ଜୟଦେବ କରଙ୍କ ପରିଚାଳନାରେ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ମିଶ୍ର, ବରିଷ୍ଠ ସଦସ୍ୟ ବ୍ରହ୍ମାନନ୍ଦ ବନଛୋର, ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ, ପ୍ରକୃତିମିତ୍ର ଶିକ୍ଷକ ଭକ୍ତ ଚରଣ ନାଏକ, କବି ଅର୍ଜୁନ ସାହୁ, କବି ରତ୍ନମୟ ତ୍ରିପାଠୀ, ପୁଇନ୍ତଳା ସାହିତ୍ୟଘର ସଂପାଦକ କବି ନବକିଶୋର ବେହେରା, କେଆର୍ର ସଂଯୋଜକ ଆଲୋକ ପୁରୋହିତ, ଶିକ୍ଷକ ରଂଜିତ ମିଶ୍ର, ସାମ୍ବାଦିକ ଅରୁଣ ମେର୍ଲି, ଶରତ ମହାକୁର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ କର୍ମଚାରୀ ତଥା ଜିଲ୍ଲା ପାଠାଗାରର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।
‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ
‘ଗଛ ଲଗାଇବା, ଗଛ ବଞ୍ଚାଇବା’ ଅଭିଯାନ ଆରମ୍ଭ