‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ‘ସମ୍ବାଦ’ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ଧୁମଧାମରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା, ସରପଞ୍ଚ ଲକ୍ଷ୍ମୀ ବାକା, ପ୍ରଧାନ ଶିକ୍ଷୟତ୍ରି ନିବେଦିତା ସିଂହ ଉପସ୍ଥିତ ରହିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ରକମର ବୃକ୍ଷ ସ୍କୁଲ ପରିସରରେ ଲଗାଯାଇଥିଲା। ବିଦ୍ୟାଳୟର ସମସ୍ତ ଛାତ୍ରୀ ବୃକ୍ଷରୋପଣ କରିଥିଲେ। ପ୍ରାୟ ୨୧୦ଟି ବୃକ୍ଷରୋପଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବ ବୋଲି କୁହାଯାଇଛି।

Sambad

ବିଧାୟକ ଶ୍ରୀ ବାକା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। ପିଲାଙ୍କ ମହାପୁରୁଷଙ୍କ ଜୀବନୀ ଉପରେ ବଖାଣିଥିଲେ। ତାଙ୍କର ପ୍ରେରଣାରେ ଆମେ ଆଗକୁ ବଢିପାରିବା ବୋଲି କହିଥିଲେ। ତେଣୁ ଜଣେ ଜଣେ ଭଲ ମଣିଷ ହେବାକୁ ହେଲେ ମହାପୁରୁଷଙ୍କ ଜୀବନୀ ପଢିବା ସହ ପାଠ ପଢାରେ ମନ ଦେବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ ସାହିତ୍ୟ ଘରର ଏଭଳ ସମାଜସେବା କାର୍ଯ୍ୟକୁ ମଧ୍ୟ ବିଧାୟକ ଶ୍ରୀ ବାକା ପସନ୍ଦ କରିବା ସହ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମକୁ ମାଥିଲି ପ୍ରତିନିଧି ତଥା ‘ସମ୍ବାଦ’ ସାହିତ୍ୟ ଘରର ସଂଯୋଜକ ବିକ୍ରମ କେଶରୀ ପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର