ରାୟଗଡା: ରାୟଗଡ଼ା ବ୍ଲକ ଅନ୍ତର୍ଗତ ପିତାମହଲ ପଞ୍ଚାୟତର ସଦର ମହକୁମାରେ ରହିଥିବା ଆଶ୍ରମ ବିଦ୍ୟାଳୟରେ ‘ସମ୍ବାଦ’ ସାହିତ୍ୟଘର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟକ ଦ୍ବିତୀଚନ୍ଦ୍ର ସାହୁ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ବନପାଳ ଗୌରୀ ଶଙ୍କର ସାହୁ, ‘ସମ୍ବାଦ’ ସାହିତ୍ୟ ଘରର ସଂଯୋଜକ ତଥା ଜିଲ୍ଲା ପ୍ରତିନିଧି ପ୍ରମେନ୍ଦ୍ର ପରିଛା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବିଦ୍ୟାଳୟର ପରିସରରେ ପ୍ରାୟ ୫୧ଟି ବିଭିନ୍ନ ରକମର ବୃକ୍ଷରୋପଣ କରାଯାଇଥିଲା। ଆମ୍ବ, ପଣସ, ପିଜୁଳି ଭଳି ଫଳ ଗଛ ମଧ୍ୟ ଲଗା ଯାଇଥିଲା। ପରେ ଆୟୋଜିତ ଏକ ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନଶିକ୍ଷକ ଶ୍ରୀ ସାହୁ ଗଛ ଲଗାଇବାର ଉଦେଶ୍ୟ ଓ ତାର ଉପକାରିତା ସମ୍ପର୍କରେ ବିସ୍ତୁତ ଭାବେ ବୁଝାଇଥିଲେ।
ପରେ ବନପାଳ ଗୌରୀ ଶଙ୍କର ସାହୁ ମଧ୍ୟ କିପରି ଜଙ୍ଗଲ ଦିନକୁ ଦିନ କଟାଯାଉଛି ଏବଂ ଏହାର ପ୍ରଭାବରେ ଜଗତର କଣ ଅସୁବିଧା ହେଉଛି ସେନେଇ ବୁଝାଇଥିଲେ। ଏଥିସହ ଗଛ ଆମର ବନ୍ଧୁ ବୋଲି ପିଲାଙ୍କୁ ବୁଝାଇଥିଲେ।ସଂଯୋଜକ ଶ୍ରୀ ପରିଛା ମଧ୍ୟ ପିଲାଙ୍କୁ ଗପ ମାଧ୍ୟମରେ ଗଛର ଉପକାରିତା ସମ୍ପର୍କରେ ବଖାଣିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ରବୀ ଚନ୍ଦ୍ର ପାତ୍ର, ସକୁନ୍ତଳା କୋଣ୍ଡାଗିରି, ପଦ୍ମାବତୀ ପାଢୀ, ସୌମ୍ୟରଞ୍ଜନ ସାରକା, ସୁଦସ୍ନା ନାୟକ, ସୁଜାତା ମହାଙ୍କୁଡ, କୁମୁଦିନି ନିମାଲପୁରି ପ୍ରମୁଖ ଉପସ୍ଥିତ ଥିଲେ।