ରାୟଗଡା: ରାୟଗଡା ‘ସମ୍ବାଦ’ ସାହିତ୍ୟଘର ତରଫରୁ କନ୍ଧ ମାଳିଗାଁ ଆଶ୍ରମ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଣ୍ଣଲତା ମହାପାତ୍ର, ରାୟଗଡା ଜିଲ୍ଲା ପ୍ରତିନିଧି ତଥା ସଂଯୋଜକ ପ୍ରମେନ୍ଦ୍ର ପରିଛା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଜାତିର ବୃକ୍ଷରୋପଣ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ। ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ୧୦୧ଟି ଗଛ ଲଗା ଯାଇଥିଲା। ଏହି ଅବସରରେ ପିଲାଙ୍କୁ ବୃକ୍ଷରୋପଣ ଦ୍ବାରା ଆମର କି ଲାଭ ହେଉଛି ଏବଂ ସମାଜରେ ଏହାର କି ପ୍ରଭାବ ପଡୁଛି ସେନେଇ ବିସ୍ତୃତ ବୁଝାଯାଇଥିଲା।

Advertisment

publive-image Sambad

ଦିନକୁ ଦିନ ପ୍ରକୃତିର ପରିବର୍ତ୍ତନ ଯୋଗୁଁ ଏବେ ଠାରୁ ସତର୍କ ହେବାକୁ କୁହାଯାଇଥିଲା। ସମସ୍ତେ ନିଜ ନିଜ ବାଡିରେ ଗଛ ଲଗାଇବାକୁ କୁହାଯାଇଥିଲା। ନିଜ ନିଜ ଜନ୍ମ ଦିନରେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଗଛ ଲଗାଇବା ପାଇଁ ଉତ୍ସାହିତ କରିବାକୁ ଛାତ୍ରୀମାନଙ୍କୁ ବୁଝାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଜିତ ଲିମା, ଶଂକର କୁମାର ନାଗ, ସୁରମା ଜେନା, କବିତା ଗାଡି, ସ୍ବାଶତିକ ମଲ୍ଲିକ, ଲିପ୍ସା ସାହୁ, ଭାସ୍କର ଶବର ସମେତ ଦଶମ ଶ୍ରେଣୀର ଛାତ୍ରୀମାନେ ଭାଗ ନେଇଥିଲେ।