ଖୋର୍ଦ୍ଧା: ରବିବାର ଖୋର୍ଦ୍ଧାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବୃକ୍ଷରୋପଣ, ପରିବେଶ ସୁରକ୍ଷା ଉପରେ ସଚେତନ କରି  ପରିବେଶ ବଞ୍ଚିଲେ ମଣିଷ ବଞ୍ଚିବ ବୋଲି ଅତିଥିମାନେ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆଇନ ସେବା କମିଟି ପକ୍ଷରୁ ତୋଟାପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନସେବା କମିଟି ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଜଜ୍ ସମର ବିଳାସ ବେହେରା ଅତିଥି ଥିଲେ। ଆଇନ ସେବା କମିଟିର ସମ୍ପାଦକ ବସନ୍ତ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପରିବେଶ ସୁରକ୍ଷା, ବୃକ୍ଷରୋପଣର ଆବଶ୍ୟକତା, ଜଙ୍ଗଲ ଜୀବଜନ୍ତୁଙ୍କ ସୁରକ୍ଷା ଆଦି ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ସୁରେନ୍ଦ୍ର ନାଥ ପାଢ଼ୀ, ଜିଲ୍ଲା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ଆଇନଜୀବୀ ପ୍ରାଣକୃଷ୍ଣ ଦଳବେହେରା, ନୃସିଂହ ମିଶ୍ର, ଅଶୋକ ମହାପାତ୍ର, ବିକ୍ରମ କେଶରୀ ଚମ୍ପତ୍ତି, ନବୀନ ମହାପାତ୍ର, ସତ୍ୟରଂଜନ ଲାଲା, ଦେବେନ୍ଦ୍ର ମାନସିଂହ, ସମାଜସେବୀ ଉମାକାନ୍ତ ପ୍ରଧାନ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପବିତ୍ର ମୋହନ ଗ୍ରହାଚାର୍ଯ୍ୟ, ବିଦ୍ୟାଳୟର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Advertisment

publive-image Sambad

ଖୋର୍ଦ୍ଧା ବିକାଶ ମଞ୍ଚ: ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ସଂଯୋଜନାରେ ସ୍ଥାନୀୟ ସରକାରୀ ଚିକିତ୍ସାଳୟ ପରିସରରେ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚିକିତ୍ସାଳୟ ପରିସରରେ ନିମ୍ବ ଚାରା ରୋପଣ କରାଯାଇଥିଲା। ଏଥିରେ ଖୋର୍ଦ୍ଧା ଅଦାଲତର ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ସୁରେନ୍ଦ୍ର କୁମାର ପାଢ଼ୀ ଅତିଥି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ଉପସଭାପତି ପ୍ରଭାତ ବେହେରା, ପୂର୍ବତନ ସଭାପତି ବିଜୟ ଛୋଟରାୟ, ସରକାରୀ ଓକିଲ ରଜନୀକାନ୍ତ ପଟ୍ଟନାୟକ, ଉକ୍ରଳ ସମ୍ମିଳନୀ ସମ୍ପାଦକ ବିଚିତ୍ର ବଡ଼ଜେନା, ବରିଷ୍ଠ ନାଗରିକ ମହାସଭାର ସାଧାରଣ ସମ୍ପାଦକ ବିମଳ ଷଡ଼ଙ୍ଗୀ, ଅଂଜୁମାନ୍ ଇସଲାମିଆର ସଭାପତି ହାଜି ନାସିମୁଦ୍ଦିନ୍ ଖାଁନ, ଖୋର୍ଦ୍ଧା ଐତିହାସିକ ସମାଜର ସମ୍ପାଦକ ବୈକୁଣ୍ଠନାଥ ରାଜଗୁରୁ, ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି ଗୋପାଳକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷକ ଯୁଧିଷ୍ଠିର ସାହୁଙ୍କୁ ବୃକ୍ଷ ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ପାଦକ ପ୍ରକାଶ ଦାସ, ଆଇନଜୀବୀ ବିକ୍ରମ ଚମ୍ପତ୍ତି, ସ୍ମିତା ମିଶ୍ର, ପ୍ରମୋଦ ସାହୁ, ସମାଜସେବୀ ଇତିଶ୍ରୀ ସାହୁ, ଖୋର୍ଦ୍ଧା ଚିକିତ୍ସାଳୟର ପରିଚାଳକ ବିଶ୍ୱମୋହନ ମିଶ୍ର, କାହ୍ନୁଚରଣ ଖୁଣ୍ଟିଆ, ପ୍ରଭାତ ପରିଡ଼ା, ଶର୍ମିଷ୍ଠା ପଟ୍ଟନାୟକ, ଗାୟତ୍ରୀ ବୋଷ, ଲିପି ମହାପାତ୍ର, ସସ୍ମିତା ଛୁଆଳସିଂହ, ମୀନା ଦୋରା, ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।