ସମ୍ବାଦର ସମ୍ପାଦକଙ୍କ ଜନ୍ମଦିନ ଅବସରରେ ବୃକ୍ଷରୋପଣ

ମାଲକାନଗିରି: ଆଜି ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପାଲୀ ପଞ୍ଚାୟତର ପୋଡଘାଟ ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ବୃକ୍ଷରୋପଣ କରାଯାଇଥିଲା। ଗୁରୁପ୍ରିୟା ପିଜି ନାମରେ ନାମିତ ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ନିଜ ଅଞ୍ଚଳରେ ବୃକ୍ଷରୋପଣ କରି ପରିବେଶକୁ ସରସ ସୁନ୍ଦର କରିବା ନେଇ ଶପଥ ନେଇଥିଲେ। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ତଥା ପ୍ରତିନିଧିଙ୍କ ସହ ଆଲୋଚନା କରି ଏଭଳି ଏକ ମହତ କାର୍ଯ୍ୟ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିପିନ ବିହାରୀ ଶତପଥୀ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ସମ୍ବାଦ ‘ସାହିତ୍ୟ’ ଘରର ସଭାପତି ଡଃ. ରଞ୍ଜନ କୁମାର ସ୍ବାଇଁ ଉପସ୍ଥିତ ରହି ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ମହିଳା ମାନଙ୍କୁ ବୁଝାଇଥିଲେ।

Sambad

ପୃଥିବୀରେ ଦିନକୁ ଦିନ ଅମ୍ଲଜାନ କମି କମି ଆସୁଛି। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଲା ସମସ୍ତେ ବୃକ୍ଷରୋପଣ କରି ଏହାକୁ ସମତୁଲ କରିବା। ଦିନକୁ ଦିନ ବୃକ୍ଷ କଟାଯାଉଥିବା ବେଳେ ଏହାକୁ ଲଗାଯାଉ ନାହିଁ। ତେଣୁ ଲୋକଙ୍କ ମଧ୍ୟରେ ସଚେତନ କରାଇବା ପାଇଁଏହି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ମାନେ ଆଗେଇ ଆସିବାକୁ ଶ୍ରୀ ସ୍ବାଇଁ ଆହ୍ବାନ ଦେଇଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୋଟ ୧୫୦ ବୃକ୍ଷରୋପଣ କରାଯାଇଥିଲା। ସମସ୍ତ ସଦସ୍ୟା ମାନେ ନିଜେ ବୃକ୍ଷ ରୋପଣ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଲଗାଇବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଛମା ଗୌଡ, ଜଳେନ୍ଦ୍ରୀ ଗଡ, ସମାରୀ ମୁଦୁଲି, ମୋତି ଦୋରା, ଲକ୍ଷ୍ମୀ ମୁଦୁଲି, ରାଧା କାବାସୀ, ଭାନୁ ମୁଦୁଲି, ସୁଶିଲା ଗୌଡ, କୁମାରୀ ଗାଦବା, ଗୁରୁବାରୀ ଗୌଡ, ଚନ୍ଦ୍ରମା ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର