ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ତିମିର ଋଞନ ପଣ୍ଡାଙ୍କ ପୌରାହିତ୍ୟରେ ଯବ ସ୍ୱାଭିମାନ ଦିବସ ଅବସରରେ ବୃକ୍ଷ ରୋପଣ ସମ୍ବନ୍ଧରେ ମହିଳା ମହାବିଦ୍ୟାଳୟ ଠାରେ ଏକ ସଚେତନତା ସଭା କରାଯାଇଥିଲ। ଉକ୍ତ ସଭାରେ‘ ସମ୍ବା’ଦ ସାହିତ୍ୟ ଘରର ସମ୍ପାଦକ ଡ଼ଃ. ଦିଗମ୍ବର ଗିରି ମାର୍ଗଦର୍ଶକ ଭାବେ ଯୋଗଦେଇ ପରିବେଶ ଉପରେ ଏକ ସୁନ୍ଦର ଶିକ୍ଷଣୀୟ ବକ୍ତବ୍ୟ ରଖିଥିଲେ ଏବଂ ପରିବେଶର ବଦଳୁଥିବା ରୂପ ରଙ୍ଗ ଉପରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ମୁଖ୍ୟଅତିଥି ଭାବେ ମହିଳା ମହାବିଦ୍ୟାଳୟର ଅଧକ୍ଷ ରବିଶଙ୍କର ଶତପଥୀ ଯୋଗଦେଇ ବୃକ୍ଷରୋପଣ କରିବାର ଉଦ୍ଦେଶ୍ୟ ସମ୍ବଦ୍ଧରେ ଆଲୋକପାତ କରିଥିଲେ। ଅଧ୍ୟାପକ ବିଜୟ କୁମାର ରାମ ପରିବେଶ ଓ ପରିସଂସ୍ଥା ଉପରେ ଗ୍ରାମବାସୀଙ୍କୁ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ। ଏହି ଅବସରରେ ରାଇରଙ୍ଗପୁର ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘରର ସଂଯୋଜକ ତୁଷାର କାନ୍ତ ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାବିଦ୍ୟାଳୟ ପରିସର, ସାନପାଖନା ଗ୍ରାମ,ନିରଞନ ଗ୍ରାମ,ରେହଡାକଚା ଗ୍ରାମରେ ବୃକ୍ଷ ରୋପଣ କରାଯାଇଥିଲା।

Advertisment

ଗୋରୁମହିଷାଣୀ ‘ସମ୍ବାଦ’ ପ୍ରତିନିଧି ରାମକୃଷ୍ଣ ଦେ, ସମାଜସେବୀ ସଞୀବ ପାଟବନ୍ଧା, ଶିକ୍ଷାବିତ ଇଶ୍ୱର ବେହେରା, କାର୍ମୀ ହାଁସଦାଃ, ସୂର୍ଯ୍ୟମଣୀ ହମ୍ବ୍ରେମ, ରୀନା ବେହେରା, ସୁନିତା ଦଣ୍ଡପ୍ଧଙ୍କ, ଧାନୀ ସୋରେନ, ଫୁଲମଣୀ ହେମ୍ବ୍ରମ, ଲକ୍ଷ୍ମୀପ୍ରୀୟା ମୁର୍ମୁ, ଛିତା ମୁର୍ମୁ, ହେମଲତା ମହାନ୍ତ, ଗଜମତୀ ନାଏକଙ୍କ ସମେତ ଅନ୍ୟମାନେ ସହେଯାଗ କରିଥିଲେ। ଏଥିରେ ମୋଟ୍ ୧୭୫୦ଟି ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ସଂଯୋଜକ ତୁଷାର କାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।