ରାୟଗଡା: ପରିବେଶ ଓ ଦୀର୍ଘସ୍ଥାୟିତ୍ୱ ଦିଗରେ ଏହାର ନିରନ୍ତର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଜି ଶନିବାର ଏହାର ପାରିପାଶ୍ୱିର୍କ ଗ୍ରାମ ସମୂହ ଏବଂ ଆର୍ଆଣ୍ଡଆର୍ (ପୁନର୍ବସତି ଓ ପୁନଃଥଇଥାନ) କଲୋନି ଗୁଡିକରେ କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ଏକ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା କର୍ତ୍ତୃପକ୍ଷ, ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି, ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଙ୍କ ସମେତ ଉତ୍କଳ ଆଲୁମିନାର କର୍ମଚାରୀ, ଆର୍ଆର୍ କଲୋନି ବାସିନ୍ଦା ଏବଂ ଗୋଷ୍ଠୀ ସଦସ୍ୟବୃନ୍ଦ ଅତ୍ୟନ୍ତ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ସମସ୍ତେ ଏକ ମହତ୍ ଉଦ୍ଦେଶ୍ୟ ନିମନ୍ତେ ସମବେତ ହୋଇ ୫୦୦ରୁ ଅଧିକ ବୃକ୍ଷଚାରା ରୋପଣ କରିଥିଲେ।
କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର ଅପରେସନ ମୁଖ୍ୟ କୌଶିକିଶରଣ ମିଶ୍ର, ୟୁନଟ ଏଚଆର ମୁଖ୍ୟ ବିଜୟ କୁମାର,ସିକ୍ୟୁରିଟି ମୁଖ୍ୟ କଲୋନେଲ ପୱନ ପାଲ୍ ସିଂହ ଏବଂ ସିଏସଆର ଓ ସିଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ। ସେମାନଙ୍କର ଉପସ୍ଥିତି ଏବଂ ସ୍ୱେଚ୍ଛାକୃତ କାର୍ଯ୍ୟ ଏକ ସବୁଜ ଭବିଷ୍ୟତ ଏବଂ ଗୋଷ୍ଠୀ କଲ୍ୟାଣ ଦିଗରେ କମ୍ପାନୀର ଉତ୍ସର୍ଗୀକୃତ ଭାବର ପ୍ରତୀକ ହୋଇଛି। ସମାଜର ବୃହତ୍ତର ମଙ୍ଗଳ ନିମନ୍ତେ କର୍ମଚାରୀ ଏବଂ ଗୋଷ୍ଠୀ ସହିତ ଯୋଡି ହେବା ନିମନ୍ତେ ଉତ୍କଳ ଆଲୁମିନା ଏହିଭଳି ମହତ୍ ପ୍ରୟାସ ଜାରି ରଖିବ ବୋଲି କହିଛି। ଡିଏଚ ସିଏସଆରର ନିହାରିକା ସାହୁଙ୍କ ତତ୍ତ୍ୱାବଧାନରେ ଟିମ୍ ସିଏସଆର୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।