ମାଲକାନଗିରି ସିଡିପିଓଙ୍କ କାର୍ଯ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର,ଜଣେ ଆହତ

ବିପଦପୂର୍ଣ୍ଣ ରହିଥିବା ଜାଣି ବି ଜିଲ୍ଲା ପ୍ରଶାସନ ଚୁପ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ରହିଥିବା ସିଡିପିଓଙ୍କ କାର୍ଯ୍ୟାଳୟଟି ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି।ଏହାପୂର୍ବରୁ ସମ୍ବାଦରେ ଏନେଇ ଖବର ପ୍ରକାଶ ମଧ୍ୟ ପାଇଥିଲା। କିନ୍ତୁ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏସୁବ ଜାଣି ବି ଚୁପ ରହିଥିଲା। ଆଜି ଅଚାନକ ଛାତରୁ ପ୍ଲାଷ୍ଟର ଖସି ପଡିବା ଫଳରେ ଜଣେ ଆହତ ହୋଇଥିବା ଜଣାପଡିଛି। ତେବେ ଏହି କାର୍ଯ୍ୟାଳୟର ଅବସ୍ଥା ଏବେ ଅତି ଶୋଚନୀୟ ହୋଇପଡିଥିବା ବେଳେ କୌଣସି ମୁହର୍ତ୍ତରେ ଏହି କାର୍ଯ୍ୟାଳୟ ଭୁଷୁଡି ପଡିବାର ସମ୍ବାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ସନ୍ଦେହ କରାଯାଇଥିଲା। କିନ୍ତୁ ଏ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ନନେବା ସନ୍ଦେହ ସୃଷ୍ଟି କରୁଛି।

ଆଜି ଯଦି କୌଣସି ଅଘଟଣ ଘଟିଥାନ୍ତା କିମ୍ବା ଏହି କାର୍ଯ୍ୟାଳୟରେ ପୁଣି କାର୍ଯ୍ୟ ଚାଲେ ତେବେ କୌଣସି ମୁହର୍ତ୍ତରେ ଯଦି କିଛି ଘଟେ ତେବେ କିଏ ଦାୟୀ ରହିବ ବୋଲି କୁହାଯାଇଛି। ଏନେଇ ସିଡିପିଓ ମଧ୍ୟ ସ୍ଥାନୀୟ ବିଡିଓଙ୍କୁ ଅବଗତ କରାଇଥିବା କହନ୍ତି। କିନ୍ତୁ କୌଣସି ବିହିତ ପଦକ୍ଷେପ ଆଜି ପର୍ଯ୍ୟନ୍ତ ନିଆଯାଇପାରି ନାହିଁ। ତୁରନ୍ତ କାର୍ଯ୍ୟାଳୟକୁ ଭାଙ୍ଗି ନୂତନ କାର୍ଯ୍ୟାଳୟ ନିର୍ମାଣ କରିବାକୁ ଦାବି ହୋଇଛି। ଚଳିତ ଲଗାଣ ବର୍ଷାରେ ଏହି କାର୍ଯ୍ୟାଳୟ ଆହୁରି ଖରାପ ହୋଇଯାଇଛି।ତେଣୁ ଏହି କାର୍ଯ୍ୟାଳୟରେ ବସି କାମ କରିବା ବିପଦକୁ ନିମନ୍ତ୍ରଣ କରିବା ବୋଲି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କହିଛନ୍ତି ।

ସମ୍ବନ୍ଧିତ ଖବର