ଜୟପୁର: ରାଜ୍ୟସରକାରଙ୍କ ଗୃହ ନର୍ମାଣ ଓ ନଗରଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଜୟପୁର ପୌରପାଳିକା ପକ୍ଷରୁ ଆଜି ପଂଚାନନ୍ ମନ୍ଦିର ଛକରୁ ଆରମ୍ଭ ହୋଇଛି  ‘‘ସ୍ବଚ୍ଛ ସର୍ବେକ୍ଷଣ -୨୦୨୩’’: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଅପସାରଣ ଅଭିଯାନ। ଆର ଆର ଆର ଆଂଚଳିକ କେନ୍ଦ୍ରର ପରାମର୍ଶଦାତା ଦିପ୍ତେଶ ବିଶ୍ବାଳ, ସିଡିଏମଓ ଡାକ୍ତର ଅରୁଣ କୁମାର ପାଢ଼ୀ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ , ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ଉପାଧ୍ୟକ୍ଷା ବି.ସୁନିତା, ସମସ୍ତ କାଉନସିଲର, ପୌରକର୍ମଚାରୀ ଆଦି ଭାଗ ନେଇଥିଲେ।

Advertisment

ପଂଚାନନ ମନ୍ଦିର ଛକର ବଡ ଡ୍ରେନରେ ପଡ଼ିଥିବା ପଲିଥିନ୍ ଓ ପ୍ଲାଷ୍ଟିକ୍ ପାଣି ବୋତଲ ଆଦି ବାହାର କରାଯାଇଥିଲା। ପୌରନିର୍ବାହୀ ଅଧିକାରୀ ନିଜେ ଡ୍ରେନରେ ପଶି ଏସବୁ ବାହାର କରି ସଫେଇ କର୍ମଚାରୀ ଆଦିଙ୍କୁ ପ୍ରତ୍ସାହିତ କରିଥିଲେ।    ବର୍ଜ୍ୟବସ୍ତୁ ହ୍ରାସ, ପୁନଃବ୍ୟବହାର, ଓପ୍ରକ୍ରିୟାକରଣ ଯୋଜନାରେ ଘ‌ରେ ଥିବା ପୁରୁଣା ଖାତା, କାଗଜ, ପୋଷାକ ଆଦି ପୌରସଂସ୍ଥାର ଆରଆରଆର କେନ୍ଦ୍ରରେ ଲୋକେ ଦେଇ ପାରିବେ ବୋଲି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ସେଭଳି ଘରୁ ବାହାରୁଥିବା ଅଳିଆ ଆଦିକୁ ବାହାରେ କିମ୍ବା ସାହିର ଛକରେ  ନ ପକାଇ ସେଭଳି ରଖି ଶୁଖିଳା ଅଳିଆକୁ ନୀଳ ଜାଗା ଓ ଓଦା ଅଳିଆକୁ ସବୁଜ ଜାଗାରେ ପକାଇବାକୁ ନିର୍ବାହୀ ଅଧିକାରୀ ଅନୁରୋଧ କରିଛନ୍ତି।