ନେତାଜୀ ବସ ଟର୍ମିନାଲ ବିରୋଧରେ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ: ଖାନନଗର ଠାରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲକୁ ବିରୋଧ କରି ଦାୟର ଦୁଇ ଜନସ୍ବାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟ ଆଜି ଖାରଜ କରିଛନ୍ତି । ଏଥି ସହିତ ମା’ ଶ୍ମଶାନ କାଳୀ ମନ୍ଦିର ଥିବା ଜମିକୁ ଛାଡି ଅନ୍ୟ ଜମି ଉପରେ ପୂର୍ବରୁ ଜାରି କରା ଯାଇଥିବା ସ୍ଥିତାବସ୍ଥାକୁ ହାଇକୋର୍ଟ ଉଠାଇ ଦେଇଛନ୍ତି ।

କାଳୀ ମନ୍ଦିର ଥିବା ଜମି ଉପରେ ସ୍ଥିତାବସ୍ଥା ବଜାୟ ରହିବ ବୋଲି ହାଇକୋର୍ଟ କହିଛନ୍ତି । ଶ୍ମଶାନ କାଳୀଙ୍କ ଜମି ବିବାଦ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ମେ ମାସରେ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ପାଇଁ ବାଟ ଫିଟିଛି ।

ସମ୍ବନ୍ଧିତ ଖବର