ରାଉରକେଲା: ଝାଡ଼ଖଣ୍ଡ ପୁଲିସ ଏନକାଉଣ୍ଟରରେ ଓଡ଼ିଶାର ମାଓବାଦୀ ମୃତ

ରାଉରକେଲା: ସୁନ୍ଦୀଗଡ଼ ଜିଲ୍ଲା ରାଇବୋଗା ଥାନା ଅଞ୍ଚଳର ଯୁବକ ତଥା ମାଓବାଦୀ ସଙ୍ଗଠନ ପିଏଲଏଫଆଇର କମାଣ୍ଡର ବିଜୟ ଡାଙ୍ଗ ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ପୁଲିସ ଏନକାଉଣ୍ଟରେ ମୃତ୍ୟୁ ବରଣ କରିଛି। ବିଜୟ ଡାଙ୍ଗ ଓଡ଼ିଶାର ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡର ସିମ୍‌ଡେଗା ଜିଲ୍ଲା ଅଞ୍ଚଳରେ ପିଏଲଏଫଆଇ ସଙ୍ଗଠନର ନେତୃତ୍ୱ ନେବା ସହିତ ଏହି ସବୁ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ତା ନାମରେ ଉଭୟ ଜିଲ୍ଲାରେ ବହୁ ଅପରାଧିକ ମାମଲା ସହିତ ନରହତ୍ୟା ମାମଲାର ମଧ୍ୟ ରହିଛିି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବୋଳେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ବୀରମିତ୍ରପୁର ଠାରୁ ୪୫ କିଲୋମିଟର ଦୂର କୋଲାବିରା ଥାନା ଝରିଆ ଜଙ୍ଗଲରେ ସିମ୍‌ଡେଗା ପୁଲିସ କମ୍ବିଂ କରୁଥିବା ବେଳେ ସେଠାରେ ପିଏଲଏଫଆଇ କମାଣ୍ଡର ବିଜୟ ଡାଙ୍ଗ ଓ ତାର ୮ ଜଣ ସହଯୋଗୀ ଓ ପିଏଲଏଫଆଇ ସଦସ୍ୟମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଳା। ଏଥିରେ ପିଏଲଏଫଆଇର ନେତୃତ୍ୱ ନେଉଥିବା ବିଜୟ ଡାଙ୍ଗ ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରଛି। ବିଜୟ ୩ ମାସ ତଳେ ରାଇବୋଗା ଅଞ୍ଚଳରେ ଅମ୍ବାପାଣି ଗୋରୁ ହାଟରେ ଜଣେ ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ବେଳେ ସିମ୍‌ଡେଗାର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର