ପିଏଲଏଫଆଇ ଗୁଳି ମାଡରେ ପୂର୍ଵ ପିଏଲଏଫଆଇର ମୃତ୍ୟୁ

ରାଉରକେଲା :ଆଜି ସନ୍ଧ୍ୟା ପ୍ରାୟ ୬ଟା ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନାରୁ ମାତ୍ର ୩୦ କିମି ଦୂର ଓଡିଶା -ଝାଡ଼ଖଣ୍ଡ ସୀମାନ୍ତରେ ଗୁଳିକାଣ୍ଡ ହୋଇଛି l ପିଏଲଏଫଆଇ ଗୁଳି ମାଡରେ ପୂର୍ବ ପିଏଲଏଫଆଇ ମଦନ ମାଝି (୪୫)ର ମୃତ୍ୟୁ ହୋଇଛି l ଗୁଳିକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି l ଉଭୟ ଝାଡ଼ଖଣ୍ଡ ଓ ଓଡିଶା ପୁଲିସ ଘଟଣାର ତଦନ୍ତ ଚଳାଇଛନ୍ତି l ସୂଚନା ମୁତାବକ ମୃତ ମଦନ ପିଏଲଏଫଆଇ ସଙ୍ଗଠନର ଜଣେ ସକ୍ରିୟ ସଦସ୍ୟ ଥିଲା l

ଗତ ପାଞ୍ଚ ବର୍ଷ ତଳେ ପିଏଲଏଫଆଇ ସଙ୍ଗଠନ ଛାଡି ନୂଆଗାଁ ପୁରୁଣାପାଣିରେ ରହୁଥିଲା l ସଙ୍ଗଠନ ଛାଡିବା ପରେ ପୁଲିସ ଇନଫର୍ମର ସନ୍ଦେହରେ ପିଏଲଏଫଆଇ ମଦନକୁ ମାରିବାକୁ ଅନେକବାର ପ୍ରୟାସ କରିଥିଲେ l ମାତ୍ରେ ସଫଳ ହୋଇପାରୁ ନ ଥିଲେ l ଆଜି ସନ୍ଧ୍ୟାରେ ମଦନ ଓଡିଶା -ଝାଡ଼ଖଣ୍ଡ ସୀମାନ୍ତ ଗେରଦା ଫାଣ୍ଡି ଅନ୍ତର୍ଗତ ଜମାତେଇ ଜଙ୍ଗଲ ନିକଟରେ କୁକୁଡା ଲଢେଇର ଆୟୋଜନ କରିଥିଲା l

ତା ଉପସ୍ଥିତିରେ କୁକୁଡା ଲଢେଇ ଚାଲିଥିବାବେଳେ ପିଏଲଏଫଆଇ ସଦସ୍ୟ ପହଞ୍ଚି ଗୁଳି ଚଳାଇଥିଲେ l ମଦନର ଦେହରେ ଗୁଳି ବାଜିବାରୁ ସେ ଗୁରୁତର ଅବସ୍ଥାରେ ତଳେ ପଡି ଯାଇଥିଲା l କିଛି ଲୋକ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲକୁ ଆଣିଥିଲେ l ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ |

ସମ୍ବନ୍ଧିତ ଖବର