ଲକଡାଉନ୍ ନିୟମ ମାନିଲେ ହିଁ ଆମେ କରୋନା ଶୃଙ୍ଖଳ ଭାଙ୍ଗି ପାରିବା: ସୁନ୍ଦରଗଡ଼ ଏସପି

ସୁନ୍ଦରଗଡ଼, କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ଯେଉଁ ଲକଡାଉନ କରାଯାଇଛି ତାକୁ ଲାଗୁ କରିବା ପାଇଁ ସୁନ୍ଦରଗଡ଼ ପୁଲିସ ତତ୍ପର ରହିଛି। ଜିଲ୍ଲାରେ କରୋନା ଚେନ୍ ଭାଙ୍ଗିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି। ଲକଡାଉନ ସମୟରେ ସର୍ବସାଧାରଣ ସ୍ଥାନ, ବଜାର ଓ ହାଟ ଆଦି ଅଞ୍ଚଳରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି।

‘‘କରୋନା ଶୃଙ୍ଖଳ ଭାଙ୍ଗିବାକୁ ଆମ ସମସ୍ତଙ୍କୁ ପ୍ରଥମେ ଭଲଭାବେ ମାସ୍କ ପିନ୍ଧିବାକୁ ହେବ। ଏହା ସହ ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ। ଲକଡାଉନ୍ ନିୟମ ମାନି ଆମେ ଘରେ ରହିଲେ ହିଁ ସୁରକ୍ଷିତ ରହିପାରିବା। ତେଣୁ ନିହାତି ଆବଶ୍ୟକ ନଥିଲେ କେହି ଘରୁ ବାହାରକୁ ଆସନ୍ତୁ ନାହିଁ। ସାଧାରଣ ଜନତାଙ୍କଠାରୁ ବ୍ୟବସାୟୀ ଓ ଅନ୍ୟ ସମସ୍ତ ବର୍ଗ ଏହି ନିୟମ ମାନିଲେ ଆମେ କରୋନାକୁ ହରାଇ ପାରିବା’’, ପ୍ରଶାସନର ‘ବ୍ରେକ୍ ଦ ଚେନ୍’ ଅଭିଯାନକୁ ସ୍ୱାଗତ କରି ଏହା କହିଛନ୍ତି ସୁନ୍ଦରଗଡ଼ ଏସପି।
ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଲକଡାଉନ୍ ଓ ସଟଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବା ଉପରେ ପୁଲିସ ଗୁରୁତ୍ୱ ଦେଉଛି। ଏଥିପାଇଁ ବିଭିନ୍ନ ସ୍ଥାନ ଓ ଛକ ଜାଗାରେ ଚେକିଂ କରାଯାଉଛି। ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର