ଲକ୍ଷ୍ମୀପୁର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହେଉଛି। ଯୁକ୍ତ ୨ର ପରୀକ୍ଷା କଡା ସୁରକ୍ଷା ବଳୟ ମଧ୍ୟରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟକୁ ହବ୍ ସେଣ୍ଟର କରାଯାଇ ପ୍ରଶ୍ନପତ୍ର ରଖାଯାଇଛିା ଏଠାରୁ ଗୁରୁବାର ସକାଳୁ ନାରାୟଣପାଟଣାକୁ ପ୍ରଶ୍ନପତ୍ର ଯିବା ପରୀକ୍ଷା ପାଇଁ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ସମସ୍ତ ପ୍ରକାର ପ୍ରସ୍ତୁତି ବୁଧବାର ଶେଷ ହୋଇିଥିବା ବେଳେ ବୋର୍ଡ ନିର୍ଦ୍ଦେଶ ମୁତାବକ ଚଳିତ ବର୍ଷ ପ୍ରଥମକରି ମହାବିଦ୍ୟାଳୟର ସମସ୍ତ ପରୀକ୍ଷା କକ୍ଷରେ ସିସିଟିଭି କ୍ୟାମେରା ଲାଗିଛି । କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପରୀକ୍ଷାକୁ ଶାନ୍ତିଶୃଙ୍ଗଳାର ଆୟୋଜନ କରାଯିବା ସକାଶେ ମହାବିଦ୍ୟାଳୟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୁପରିଟେଣ୍ଡେଣ୍ଟ ତଥା ଅଧ୍ୟକ୍ଷ ବିରେନ୍ କୁମାର ଶତପଥୀ ପ୍ରକାଶ କରିଛନ୍ତିା
ଅପରପକ୍ଷେ ଗତ ବର୍ଷ ବିଶୃଙ୍ଗଳା ସହ ମାତ୍ରାଧିକ କପି କାରଣରୁ ବନ୍ଧୁଗାଁ ବ୍ଲକର କୁମ୍ଭାରିପୁଟ କଲେଜକୁ ଚଳିତ ବର୍ଷ ସେଠାରେ ଆଉ ସେଣ୍ଟର କରାଯାଇ ନାହିଁ । ତେଣୁ କୁମ୍ଭାରୀପୁଟ କଲେଜର ବାଣିଜ୍ୟର ୧୨୨ ଜଣ ଛାତ୍ରଛାତ୍ରୀ, ବିଜ୍ଞାନରେ ୧୬୨ ଜଣ ଛାତ୍ରଛାତ୍ରୀ ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ପରୀକ୍ଷା ଦେବୋ ସମସ୍ତ ଛାତ୍ର ଛାତ୍ରୀ ବୁଧବାର ଠାରୁ ଆସି ଲକ୍ଷ୍ମୀପୁରର ବିଭିନ୍ନ ହଷ୍ଟେଲ୍ରେ ରହିବାର ବ୍ୟବସ୍ଥା କରାଯାଇଛିା ସେହିପରି ଲକ୍ଷ୍ମୀପୁର ମହିବାଦ୍ୟାଳୟ ୧୫୦ ଜଣ ବିଜ୍ଞାନ ଛାତ୍ରଛାତ୍ରୀ ମଧ୍ୟ ଗୁରୁବାର ପ୍ରଥମ ଭାଷା ଓଡିଆ ପରୀକ୍ଷା ଦେବେ। ପରୀକ୍ଷା ଚଳିତ ମାସ ୩୦ ତାରିଖରେ ସମାପ୍ତ ହେବ। ଯୁକ୍ତ ୨ କଳାର ୩୯୮ ଜଣ ଛାତ୍ରଛାତ୍ରୀ ଲକ୍ଷ୍ମୀପୁର ମହିବାଦ୍ୟାଳୟ ତରଫରୁ ପରୀକ୍ଷାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/examination.jpg)