ଘରୋଇ ଛାତ୍ରାବାସରେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଭଦ୍ରକ: ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁରସ୍ଥିତ ଏକ ଘରୋଇ ମେସ୍‌ ଭିତରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାଇ ଭଦ୍ରକ ବ୍ଲକ୍‌ର ସାବରଙ୍ଗ ଥାନା ଅଂଚଳର ଛାତ୍ରୀ ପିଙ୍କି (ଛଦ୍ମନାମ) ଭଦ୍ରକ ମହିଳା  ମହାବିଦ୍ୟାଳୟରେ ଯୁକ୍ତ ଦୁଇ (କଳା)ରେ ପାଠ ପଢ଼ୁଥିବା ବେଳେ ଦୀର୍ଘ ଏକ ମାସ ଧରି ଭଦ୍ରକର ଜଗନ୍ନାଥପୁରରେ ଏକ ଘରୋଇ ମେସ୍‌ ରେ ରହୁଥିଲେ।

ଗତ ସୋମବାର ରାତି ୧୧ଟା ସମୟରେ ମେସ୍‌ ମାଲିକ ପିଙ୍କି ଆତ୍ମହତ୍ୟା କରିଥିବାର ତାଙ୍କ ବାପାଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଫୋନ କଲ ପାଇବା ପରେ ଛାତ୍ରୀଙ୍କ ବାପା ଘଟଣାସ୍ଥଳରେ ପହଁଚି ପିଙ୍କିର ମୃତ୍ୟୁ ହୋଇଥିବା ଜାଣିବା ପରେ ତାଙ୍କ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରା ଯାଇଥିବା ଭଦ୍ରକ  ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମିଳିବା ପରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ଶବ ବବ୍ୟଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି। ତେବେ ମୋ ଝିଅକୁ ଧୂଷୁରୀ ଥାନା ନିକଟ କାସିମପୁର ଗାଁର ଜଣେ ଯୁବକ ପ୍ରେମ କରୁଥିବା ବେଳେ ବିଭିନ୍ନ ସମୟରେ ତାଙ୍କୁ ଫୋନରେ ଧମକ ଦେଉ ଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା। ଛାତ୍ରୀଙ୍କ ବାପାଙ୍କ  ଅଭିଯୋଗ ଯେ,  କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କ ଝିଅ ଆତ୍ମହତ୍ୟା କଲା? ସେ ରୁମରେ ଏକା ରହୁଥିବା ବେଳେ ଆତ୍ମହତ୍ୟା କେମିତି କଲା ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

 

ମୃତ ଛାତ୍ରୀର ଶବ ଭଦ୍ରକ ମେଡିକାଲ୍‌ରେ ବ୍ୟବଚ୍ଛଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଇ ଘଟଣାରେ କାହାର ସଂପୃକ୍ତି ରହିଛି, ତା’ର ଖୋଳତାଡ଼ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର