ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଓ ପିଜି ପରୀକ୍ଷା ଫଳ ପ୍ରକାଶିତ: ଶ୍ରେଷ୍ଠ ଗ୍ରାଜୁଏଟ୍ ବିଭୁ ପ୍ରସାଦ

ଜୟପୁର:  କୋଭିଡ୍ ସଂକ୍ରମଣ ଯୋଗୁଁ ବିଳମ୍ବରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ (ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲରେ ଉଭୟ ପରୀକ୍ଷା ଆରମ୍ଭ ହେବା ସହ ମେ କିମ୍ବା ଜୁନ ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବା କଥା। କିନ୍ତୁ କୋଭିଡ୍ ଯୋଗୁଁ କେବେ ପରୀକ୍ଷା କରାଯିବ ତାହା ଅନିଶ୍ଚିତତା ରହିଥିଲା। ତେବେ ଗତ ସେପ୍ଟମ୍ବରରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୩ ପର୍ଯ୍ୟନ୍ତ ପରୀକ୍ଷା  କରାଯାଇଥିବା ଏବଂ ଆଜି ପରୀକ୍ଷା ଫଳକୁ ପ୍ରକାଶିତ କରାଯାଇଛି ବୋଲି କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ସୂଚନା ଦେଇଛନ୍ତି।

ବାଣିଜ୍ୟ, କଳା ଓବିଞାନ ଯୁକ୍ତ ୩ ଡିଗ୍ରୀ ବର୍ଗରେ ଶ୍ରେଷ୍ଠ ଛାତ୍ରଙ୍କ ମଧ୍ୟରୁ ଶ୍ରେଷ୍ଠ ଛାତ୍ର ଭାବେ ରସାୟନ ବିଭାଗର ଛାତ୍ର ବିଭୁ ପ୍ରସାଦ ନେପାକ ୨୪୦୦ ମାର୍କରୁ ୨୦୬୧ମାର୍କ ଆଣି କଲେଜର ଶ୍ରେଷ୍ଠ ଛାତ୍ର ବିବେଚିତ ହୋଇଛନ୍ତି। ୨୪୦୦ମାର୍କରୁ ୧୯୨୯ ମାର୍କ ଆଣି  ଯୁକ୍ତ ୩ କଳା ଶ୍ରେଷ୍ଟ ଗ୍ରାଜୁଏଟ୍‌ ଭାବେ ଶୀତଳ ବେହେରା ଓ ୨୪୦୦ରୁ ୧୯୭୫ମାର୍କ ଆଣି ଯୁକ୍ତ ୩ ବାଣିଜ୍ୟ ଗ୍ରାଜୁଏଟ୍ ଭାବେ କେ.ନାଗାର୍ଜୁନ ସ୍ଥାନ ପାଇଛନ୍ତି। ସେଭଳି  ଅନ୍ୟ ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନେ ହେଲେ, ଯୁକ୍ତ ୩ ବିଞାନର ବଟନୀର ପ୍ରଣତି ପରିଡ଼ା, କେମିଷ୍ଟ୍ରୀର କୌଶିକ ମିଶ୍ର, କମ୍ପୁଟର ସାଇନସର ବାଭି ରେଡ୍ଡୀ ତ୍ରିଦେବ, ଗଣିତର ଶ୍ରୀୟାରାଣୀ ପଣ୍ଡା, ଜୁଲୋଜୀର ଶୁଭଶ୍ବେତା ମହାରାଣା। ଯୁକ୍ତ ୩ କଳାର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ  ଇକନୋମିକ୍ସରେ ବୃନ୍ଦା ବଡ଼ା, ଇଂରାଜୀରେ ଉଷାଶୀ ମିଶ୍ର, ଇତିହାସରେ ମୋହିନୀ ବିଷୋୟୀ, ଓଡ଼ିଆରେ ସନ୍ତସ୍ମିତା ମାଝୀ, ଫିଲୋସଫିରେ ଶୀତଳ ବେହେରା, ରାଜନିତୀ ବିଞାନରେ ମିତା ଶତପଥୀ, ସୋସିଓଲୋଜୀ ସଂଧ୍ୟାରାଣୀ ପାତ୍ର, ବିବିଏ ଅଖୁପଲ୍ଲୀ ଡିମ୍ପଲ, ବିସିଏରେ ମନିଷା ଦାଶ।

ସେଭଳି ଶ୍ରେଷ୍ଠ ପିଜି (ସ୍ନାତକ‌ୋତ୍ତର)  ଅର୍ଥନିତୀରେ ଶୁଭଶ୍ରୀ ପାତ୍ର, ଇଂରାଜୀରେ ଶ୍ରୃତି ଭଟ୍ଟମିଶ୍ର, ଇତିହାସରେ ସୁମନ ବେବର୍ତ୍ତା, ଓଡିଆରେ ଦୀପିକା ନାୟକ, ଫିଲୋସଫିରେ ରଜନୀକାନ୍ତ ଚିଚୁଆଁ, ରାଜନିତୀ ବିଞାନରେ ଦୀପିକା ସାମନ୍ତରାୟ, ବାଣିଜ୍ୟରେ ଫାତିମା ବେଗମ୍ , ଏମପିଏମ୍ ଆଇଆରରେ ସସ୍ମିତା ପାତ୍ର, ବଟନୀରେ ବିଜୟଲକ୍ଷ୍ମୀ ନାୟକ, କେମିଷ୍ଟ୍ରୀରେ ଲୀପା ମହାନ୍ତି, କମ୍ପୁଟର ସାଇନସରେ ଏ.କ୍ରୀଷ୍ଣା, ଗଣିତରେ ବିବି ସାହାସାଲାମା, ପିଜିକ୍ସରେ ସଂଜୁକ୍ତା ନାୟକ, ଜୁଲୋଜୀରେ ଅଲ୍ଲୀସ୍ମିତା ପାଣ୍ଡିଆ ବୋଲି କଲେଜର ଅଧ୍ୟକ୍ଷ ଡ.ହାଲଦାର ସୂଚନା ଦେଇଛନ୍ତି। ଉଭୟ  ଯୁକ୍ତ ୩ ଡିଗ୍ରୀ ଓ ପିଜିରେ କିଛି ଛାତ୍ରଛାତ୍ରୀଙ୍କର ବ୍ୟାକ ପେପରର ପରୀକ୍ଷା ଫଳ ବି ଶ୍ରୀଘ୍ର ବାହାରିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

 

 

ସମ୍ବନ୍ଧିତ ଖବର