ଖୋର୍ଦ୍ଧା: ଆଜି ରାଜ୍ୟ ଉଚ୍ଚମାଧ୍ୟମିକ କାଉନ୍ସିଲର ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ ଉତ୍ତୀର୍ଣ୍ଣ ହାର ୮୭.୮ ପ୍ରତିଶତ ଥିବା ବେଳେ ଖୋର୍ଦ୍ଧା ସହର ଓ ଉପକଣ୍ଠରେ ଥିବା ତିନିଟି ମହାବିଦ୍ୟାଳୟ- ପ୍ରାଣନାଥ, ମହିଳା ଓ ହଳଦିଆ ମହାବିଦ୍ୟାଳୟର ଉତ୍ତୀର୍ଣ୍ଣ ହାର ଯଥାକ୍ରମେ ୯୧.୯୫%, ୯୬.୩ % ଓ ୬୯ % ରହିଛି। ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ୨୪୧ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ଅର୍ଥାତ୍ ଉତ୍ତୀର୍ଣ୍ଣ ହାର ୯୬.୩ ପ୍ରତିଶତ ରହିଛି। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରୁ୧୨୬ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬୬ ଜଣ ଦ୍ୱିତୀୟ ଓ ୪୦ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମହାବିଦ୍ୟାଳୟର ପ୍ରିତୀପ୍ରଜ୍ଞା ବଳିଆରସିଂହ ସର୍ବାଧିକ ୫୨୪ ନମ୍ବର ରଖିଛନ୍ତି। ସେହିଭଳି ହଳଦିଆ ମହାବିଦ୍ୟାଳୟରେ ୨୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୪୨ଜଣ ଅକୃତକାର୍ଯ୍ୟ ହୋଇଥିବା ବେଳେ ୨୬ଜଣ କପି କରି ଧରାପଡ଼ିଥିଲେ। ମୋଟ ୧୫୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ପ୍ରଥମଶ୍ରେଣୀରେ ୪୦, ଦ୍ୱିତୀୟ ଶ୍ରେଣୀରେ ୪୧ ଓ ତୃତୀୟ ଶ୍ରେଣୀରେ ୬୯ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଉତ୍ତୀର୍ଣ୍ଣ ହାର ୬୯ ପ୍ରତିଶତ ରହିଛି। ପୁରାତନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୩୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦ଜଣ ଅକୃତକାର୍ଯ୍ୟ ହୋଇଥିବା ବେଳେ ୩୨୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ଅର୍ଥାତ୍ ଉତ୍ତୀର୍ଣ୍ଣ ହାର ୯୧.୯୫ ପ୍ରତିଶତ ରହିଛି। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୨ଜଣ ପ୍ରଥମ ଶ୍ରେଣୀ, ୫୫ଜଣ ଦ୍ୱିତୀୟ ଶ୍ରେଣୀ ଓ ୬୩ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମେହରୁନ୍ ନିଶା ମହାବିଦ୍ୟାଳୟରେ ସର୍ବାଧିକ ୫୩୮ ନମ୍ବର ରଖିଥିବା ବେଳେ ପ୍ରିୟଙ୍କା ମାର୍ଥା ୫୩୫, ବିଶ୍ୱପ୍ରିୟା ବଳିଆରସିଂହ ୫୩୧, ଶବି ଶକ୍ତି ପାଳ ୫୨୯, ତୃପ୍ତିମୟୀ ପଣ୍ଡା ୫୨୫ ଓ ମମତା ସେଠୀ ୫୨୦ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।