ଚକରା ବିଷୋୟୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜାଦୀକା ଅମୃତ ମହୋତ୍ସବର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଞ୍ଜନଗର: ଘୁମୁସର ମାଟିର ମହାନ୍‌ ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଘୁମୁସର ମାଟିର ବରପୁତ୍ର ଚକରା ବିଷୋୟୀଙ୍କ ଦେଶ ସ୍ବାଧୀନତା ପାଇଁ ଦେଇଥିବା ବଳିଦାନ ସଂର୍ପକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି। ଆଜି ଶ୍ରୀ ମୋଦୀ ଗୁଜୁରାଟର ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ‘ଅମୃତ ମହୋତ୍ସବରେ’ ଯୋଗଦେବା ଅବସରରେ ଚକରାଙ୍କ ମନେ ପକାଇଛନ୍ତି।

ଭାରତର ୭୫ ତମ ସ୍ବାଧୀନତା ଦିବସ ପୂର୍ବରୁ ଜାତିର ଜନକ ଆରମ୍ଭ କରିଥିବା ଦାଣ୍ଡିଯାତ୍ରା ପଥରେ ଆଜି ଠାରୁ ଏକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ୭୫ ତମ ‌ସ୍ବାଧୀନତା ଦିବସ ଅବସରରେ ଆୟୋଜିତ ହେଉଥିବା ଅମୃତ ମହୋତ୍ସବର ଅଂଶ ବିଶେଷ ହେଉଛି ଏହି ପଦଯାତ୍ରା। ଏହି ମହୋତ୍ସବକୁ ଶୁଭାରମ୍ଭ କରିବା ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଦାଣ୍ଡିଯାତ୍ରା ଆରମ୍ଭ ହୋଇଥିବା ସାବରମତୀ ଆଶ୍ରମରୁ ଆଜି ‘ଅମୃତ ମହୋତ୍ସବ ଆରମ୍ଭ ହେଉଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରି ଭାରତବାସୀଙ୍କ ମଧ୍ୟରେ ଗୌରବର ଉଚ୍ଛ୍ୱାସ ଏବଂ ଆତ୍ମନିର୍ଭର ଭାରତକୁ ଆଗେଇ ନେବାରେ ଏହି ଦାଣ୍ଡି ଯାତ୍ରା ମୁଖ୍ୟ ଭୂମିକା ନିର୍ବାହ କରିଥିଲା ବ‌ୋଲି କହିଥିଲେ।

‘ଲୋକାଲ୍‌ ଫର୍‌ ଭୋକାଲ୍‌’ହେଉଛି ବାପୁ ଏବଂ ଆମର ଅନ୍ୟ ମହାନ୍‌ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପୂର୍ବ ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ସେ ଦେଶ‌ ସ୍ବାଧୀନରେ ଅବଦାନ ଥିବା ଅନେକ ବୀରଙ୍କ ବିରତ୍ବ ଓ ପରାକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥ‌ିଲେ। ଅନେକ ସ୍ବାଧୀନତା ସଂଗ୍ରାମ ଦେଶ ସ୍ବାଧୀନ ପାଇଁ ନିଜ ପ୍ରାଣବଳି ଦେଇଥିବା ବେଳେ ଅନେକ ବର୍ତ୍ତମାନ ମଧ୍ୟ ଲୁକାଇତ ଅବସ୍ଥାରେ ରହିଥିବା ପ୍ରକାଶ କରିଥିଲେ। ଦେଶର ବୀର ସନ୍ତାନ ମାନଙ୍କୁ ଦେଶ କେବେ ମଧ୍ୟ ଭୁଲିବ ନାହିଁ ‌ବୋଲି କହିଥିଲେ। ଏହି ଅବସରରେ ସେ ଦେଶ ସ୍ବାଧୀନରେ ଆଦିବାସୀ ବିପ୍ଳବୀ ମାନଙ୍କ ସଂଗ୍ରାମ ଇଂରେଜ ଶାସନ କଳର ନିଦ ହଜେଇ ଦେଇଥିବା କହି ଓଡ଼ିଶାର ବିପ୍ଳବୀ ଚକରା ବିଷୋୟୀଙ୍କ ବିଦ୍ରୋହ ଏବଂ  ଲକ୍ଷ୍ମଣ ନାୟକଙ୍କ ଗାନ୍ଧୀବାଦି ଚେତନା ସଂର୍ପକରେ କହିଥିଲେ। ଏଥିସହ ଝାରଖଣ୍ଡର ବିର୍ସା ମୁଣ୍ଡା ଏବଂ ଶାନ୍ତାଳ ଆନ୍ଦୋଳନର ନେତୃତ୍ବ‌ ନେଇଥିବା ମୁର୍ମୁ ଭାଇ ମାନଙ୍କ ସଂର୍ପକରେ ପ୍ରକାଶ କରିଥିଲେ। ଦେଶର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ସାବରମତୀ ଆଶ୍ରମରେ ଥିବା ହୃଦୟକୁଞ୍ଜରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦର ଅଭୟ ଘାଟ ନିକଟରେ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଯାଇ ଚିତ୍ରାବଳୀ, ପତ୍ରପତ୍ରିକା ଏବଂ ଅନ୍ୟାନ୍ୟ ସଂଗୃହୀତ ସାମଗ୍ରୀ ଦେଖିଛନ୍ତି।

‘ଅମୃତ ମହୋତ୍ସବ’ ଶୁଭାରମ୍ଭ ସହ ସେଠାରେ କେତେଗୁଡ଼ିଏ ସାଂସ୍କୃତିକ ଏବଂ ପାରମ୍ପରିକ କଳା ପ୍ରଦର୍ଶନ କରାଯିବ।

 

ସମ୍ବନ୍ଧିତ ଖବର