ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମସ୍ତ ୧୧୧ଟି ପଞ୍ଚାୟତରେ ଆଜି ଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପାଇଥିବା ହିତାଧିକାରୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା। ତେବେ ମାଲକାନଗିରି ବ୍ଲକର ଗୌଡଗୁଡା ପଞ୍ଚାୟତରେ ଆଜି ଗ୍ରାମସଭା ବେଳେ ଉତ୍ତେଜନା ଦେଖିବାକୁ ମିଳିଛି।ପ୍ରକାଶ ଥାଉକି ଗୌଡଗୁଡା ପଞ୍ଚାୟତରେ ମୋଟ ୪୮୮ଟି ଘର ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୧୬୦ଟି ଘର କଟାଯାଇଥିବା ନେଇ ଅଭିଯୋଗ ହୋଇଥିଲା।ଆଜି ଗ୍ରାମ ସଭାରେ ପଞ୍ଚାୟତର ସମସ୍ତ ହିତାଧିକାରୀ ଯୋଗ ଦେଇଥିଲେ।ତେବେ ଯେଉଁ ହିତାଧିକାରୀମାନଙ୍କ ନାମ ବାଦ ଦିଆଯାଇଥିଲା ସେମାନେ ପାଟିତୁଣ୍ଡ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଥିବା ପିଇଓ,ବ୍ଲକ ଉପାଧ୍ୟକ୍ଷ,ଜିଆରଏସ ଏବଂ ସରପଞ୍ଚଙ୍କୁ ତାଲା ଠୁଙ୍କି ଦେଇଥିଲେ।
ସମସ୍ତ ୪୮୮ ଜଣଙ୍କ ନାମରେ ଗତ ୨୦୧୯ ମସିହାରେ ସର୍ଭେ କରାଯାଇ ହିତାଧିକାରୀଙ୍କ ନାମ ଦିଆଯାଇଥିଲା।ଏବେ କାହିଁକି ସେମାନଙ୍କର ନାମକୁ କଟାଯାଉଛି ବୋଲି ଯୁକ୍ତି ବାଢିଥିଲେ।ସମସ୍ତଙ୍କୁ ଘର ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ।ଯେତେବେଳେ ପର୍ଯ୍ୟନ୍ତ ସମସ୍ତଙ୍କ ନାମ ଗୋଷଣା ନହେବ କିମ୍ବା ବିଡିଓ ଏଠାକୁ ଆସି ସମସ୍ତଙ୍କୁ ଘର ନଦେବା ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି କହିଥିଲେ।ତେବେ ଯେଉଁମାନେ ବି ଘର ପାଇଛନ୍ତି ସେମାନେ ଯୋଗ୍ୟ କି ବୋଲି ଲୋକେ ପ୍ରଶ୍ନ କରିଥିଲେ।ସଂଧ୍ୟାରେ ପୁଲିସ ସହ ତହସିଲଦାର ଏବଂ ବିଡିଓ ଅଜୟ କୁମାର ପ୍ରଧାନ ଗୌଡଗୁଡାରେ ପହଞ୍ଚି ସମସ୍ତ ବନ୍ଧକଙ୍କୁ ମୁକ୍ତ କରିଥିଲେ।ତେବେ ଜିଲ୍ଲାର ପ୍ରାୟତଃ ଅଧିକାଂଶ ପଞ୍ଚାୟତରେ ଏଭଳି ଉତ୍ତେଜନା ଦେଖିବାକୁ ମିଳିଛି। ଆସନ୍ତାକାଲି ଯୋଗ୍ୟ ହିତାଧିକାରୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Mkg-PMAY-gram-sabha-GP-office-locked-1.jpg)