କୋରାପୁଟ: ହଟିପାରୁନି ଜବରଦଖଲ, ହୋଇପାରୁନି ପ୍ରଧାନମନ୍ତ୍ରୀ ସଡକ

ଲକ୍ଷ୍ମୀପୁର: ଦୁଇ କୋଟି ଟଙ୍କାରେ ନିର୍ମିିତ ହେଉଛି ଲକ୍ଷ୍ମୀପୁର ଆମ୍ବେଦକର ଛକ ଠାରୁ ଡୋକଣା ଗାଁ ପର୍ଯ୍ୟନ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହା ରାସ୍ତା କାମ ଗତ ୬ ମାସ ହେଲା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ପ୍ରକାର ଜମି ସମସ୍ୟା କାରଣରୁ ଠିକାଦାର ଜଣକ ଅତି ଚତୁରତାର ସହ ଏହି ରାସ୍ତା କାମକୁ ପ୍ରଥମେ ଡୋକଣା ସାଇଟ୍‌ରୁ ଆରମ୍ଭ କରିଆସିଥିଲାା ବର୍ତମାନ ପ୍ରାୟ ୬୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଲକ୍ଷ୍ମୀପୁର ବସଷ୍ଟାଣ୍ଡରେ ଥିବା ଆମ୍ବେଦକର ଛକ ଠାରୁ ମୁତ୍ୟାଲୁମାଁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରିବା ସକାଶେ ଠିକାଦାର ନାକେଦମ୍‌ ହୋଇସାରିଲାଣିା ଏନେଇ ଏକ ବିସ୍ତୃତ ରିପୋର୍ଟ ଗତ ୧୦ ତାରିଖ ଦିନ ‘ସମ୍ବାଦ’ ଖବର କାଗଜରେ ପ୍ରକାଶିତ ହେବା ପରେ ବ୍ଲକ ପ୍ରଶାସନର ତହସିଲ୍‌ ବିଭାଗ ଚେତିବା ସହ ରାସ୍ତା ପାଇଁ ଥିବା ସରକାରୀ ଜମିର ଚିହ୍ନଟ ପ୍ରକିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛିା

ଲକ୍ଷ୍ମୀପୁର ପୁଲିସର ଉପସ୍ଥିତିରେ ଆମ୍ବେଦକର ଛକ ଠାରୁ ଉପର ଦୋରାସାହି ପର୍ଯ୍ୟନ୍ତ ପ୍ରାୟ ଏକକିଲୋମିଟର ରାସ୍ତାର ଚଉଡା ଦିନ ତମାମ୍‌ ଧରି ମାପଚୁପ କରାଯାଇଥିଲାା ରାସ୍ତାକଡରେ ପ୍ରାୟ ୨୦ ରୁ ୩୦ ଜଣ ଗାଁ ଲୋକ ହିଁ ରାସ୍ତାକୁ ଜବର ଦଖଲ କରି ରହିଥିବା କାରଣରୁ ଯିବା ଆସିବା ସକାଶେ ପ୍ରାୟ ସବୁବେଳେ ବାଧକ ସାଜୁଥିବା ବେଳେ ଯେଉଁ ମାନେ ଯେତେପରିମାଣରେ ସରକାରୀ ରାସ୍ତାର ଜମି ଜବରଦଖଲ କରି ରଖିଛନ୍ତି। ସେମାନଙ୍କ ନାମ ତହସିଲ ବିଭାଗ ଦ୍ୱାରା ଚିହ୍ନଟ କରାଯାଇଛିା ପୁଲିସର ଉପସ୍ଥିତିରେ ମଙ୍ଗଳବାର ଜମି ମାପଚୁପ ହେବା ସମୟରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୨୨ ରୁ ୩୦ ଫୁଟ ପର୍ଯ୍ୟନ୍ତ ସରକାରୀ ଜମି ରହିଥିବା ବେଳେ ଅନେକ ସ୍ଥାନରେ ଏହି ରାସ୍ତା ୧୦ରୁ ୧୫ ଫୁଟ ମଧ୍ୟ ରହିନାହିଁ, ଯାହାଫଳରେ ଯିବା ଆସିବା ସମସ୍ୟା ଉପୁଜୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ।

ବର୍ତମାନ ଏତେ ଓସାରିଆ ରାସ୍ତା ଥିବା ସତ୍ୱେ ସଂର୍କିଣ ଭାବେ ରାସ୍ତା କାର୍ଯ୍ୟ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାହିଁକି କରାଯିବ କହି ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଫେରାଦ୍‌ ହେବାପରେ ଏପରି ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛିା ଏହି ରାସ୍ତା କାର୍ଯ୍ୟ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ବେଳେ ଅନେକ ଲୋକ ନିଜ ଜମି କହି ଠିକାଦରଙ୍କୁ ଧମକ ଚମକ ପ୍ରଦାନ କରିଥିବା ବେଳେ ଜବରଦଖଲ ଯୋଗୁଁ ରାସ୍ତା ସମ୍ପ୍ରସାରଣ ମଧ୍ୟ ହୋଇପାରୁନାହିାଁ

ସମ୍ବନ୍ଧିତ ଖବର