ଡଳିଆମ୍ବର କୋରାପୁଟ ଡାଏରୀକୁ ଦଖଲକୁ ନେଲା ବ୍ୟାଙ୍କ

କୋରାପୁଟ: କୋରାପୁଟ ଜିଲ୍ଲା ଡଳିଆମ୍ବର କୋରାପୁଟ ଡାଏରୀ ଓ ଦୁରୁଗୁଡାର ଓଡ଼ିଶା ସିଲେଜ୍‌ କୁ ଆଜି ସିଲ୍‌ କରିଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ଏକ ଏନଫୋର୍ସମେଣ୍ଟ ଟିମ୍‌ ଆଜି ଗଦାଧର ପରିଡାଙ୍କ ପୁଅ ଅନନ୍ତ ବାସୁଦେବଙ୍କର ନାମରେ ରହିଥିବା ଏହି ଦୁଇ ସମ୍ପତ୍ତିକୁ ଦଖଲକୁ ନେଇଛି। କିଛିବର୍ଷ ତଳେ ଅନନ୍ତ ‌ବାସୁଦେବ ଡାଏରୀ ଓ ସିଲେଜ୍‌ କରିବାକୁ କୋରାପୁଟ ପିଏନ୍‌ବି ନିକଟରୁ ପ୍ରାୟ ୧୦ କୋଟି ଟଙ୍କା ଋଣ କରିଥିଲେ। କିନ୍ତୁ ଠିକ୍‌ ସମୟରେ ଋଣ ପରିଶୋଧ କରି ନ ଥିଲେ। ଏନେଇ ବ୍ୟାଙ୍କ ପକ୍ଷରୁ ବହୁବାର ନୋଟିସ ଜାରି କରାଯାଇଥିଲା।

କିନ୍ତୁ ଏହାର କୌଣସି ଉତ୍ତର ନ ମିଳିବାରୁ ଆଜି ବ୍ୟାଙ୍କ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଏନେଇ ବ୍ୟାଙ୍କର ଉପଦେଷ୍ଟା ତଥା ଆଇନଜୀବୀ ରାଜକିଶୋର ପ୍ରଧାନ କହିଛନ୍ତି ଯେ କୋରାପୁଟ ଡାଏରୀ ଓ ଓଡ଼ିଶା ସିଲେଜ୍‌ ନାମରେ ପ୍ରାୟ ୧୦ କୋଟି ଋଣ ନେଇଥିଲେ। କିନ୍ତୁ ପରିଶୋଧ କରି ନଥିବାରୁ ଆଜି ଦଖଲକୁ ନିଆଯାଇଛି। ଯେତିକି ଋଣ ନେଇଥିଲେ ସେହି ଅନୁସାରେ ପ୍ରାୟ ୧୫୦ ଲକ୍ଷ ହେବ।

ପରବର୍ତ୍ତୀ ସମୟରେ ଋଣ ଅସୁଲ କରିବାକୁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସେ ୧୦ କୋଟି ଋଣ ନେଇଥିଲାବେଲେ ଏବେ ଋଣ ସହ ୧୨ କୋଟି ହେବ। କିଛି ସମ୍ପତ୍ତି ନିଲାମ ହୋଇ ୫୦ ଲକ୍ଷ ଆଦାୟ ହୋଇଛି। ଆହୁରି ଆଦାୟ କରିବାକୁ ବ୍ୟବସ୍ଥା କରାଯାଉଛି। ଯଦି ଅନାଦେୟ ହୁଏ ତେବେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର