ବାମରା: ବାମରା ୱାଇଲଡ଼ ଲାଇଫ ଡିଭିଜନ ଅନ୍ତର୍ଗତ ବଡ଼ରମା ଅଭୟାରଣ୍ୟ ଅଞ୍ଚଳର ପଥୁରିଆ ରିଜର୍ଭ ଜଙ୍ଗଲରୁ ଏକ ମୃତ କୁଟୁରା ଉଦ୍ଧାର କରାଯାଇଛି। ଘଟଣା ପରେ ବାମରା ଡିଏଫଓ ଫାଲଗୁନି ସାରଥି ମଲ୍ଲିକ ଘଟଣାକୁ ଗମ୍ଭୀରତାର ସହ ବିଚାର କରି କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଖପାଖ ଅଞ୍ଚଳରେ ତନାଘନା କରିବା ପରେ ନିକଟସ୍ଥ ଟନସରା ଗ୍ରାମର ଶିକାରୀ ପିଟର ସୋରେନ(୬୩) କୁ ଗିରଫ କରାଯାଇଥିଲା। ସେ କୁଟୁରାକୁ ଶିକାର କରିଥିବା ସ୍ବୀକାର କରିଥିଲା। ବିଭିନ୍ନ ଦଫାରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଥିବା ବଡ଼ରମା ରେଂଜ ଅଫିସର ଲକ୍ଷ୍ମୀ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ପିଟରକୁ ଜେକ ହାଜତକୁ ପଠାଇ ଦିଆଯାଇଛି।
ରବିବାର ଦିନ ଡିଏଫଓ ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟ ପାଟ୍ରୋଲିଂ ପାର୍ଟି ପକ୍ଷରୁ ମୃତ କୁଟୁରା ଶବ ଜବତ କରାଯାଇଥିଲା। ପରେ ବ୍ୟବଚ୍ଛେଦ କରି ରେଂଜ ଅଫିସ ପରିସରରେ ପୋତି ଦିଆଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାରେ ବ୍ୟବହୃତ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ଉକ୍ତ ଘଟଣାରେ ଫେରାର ଥିବା ଅନ୍ୟ ୩ ଜଣଙ୍କ ସହ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଜାରି ରହିଛି। ମୃତ କୁଟୁରାର ବୟସ ପ୍ରାୟ ଅଢେ଼ଇ ବର୍ଷ ହୋଇଥିଲା ଏବଂ ସେ ଗର୍ଭବତୀ ଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6bb48c86-9478-4066-b223-b306e868835b.jpg)