ଶିକାର ଉଦ୍ଦେଶ୍ୟରେ ଲଗାଇଥିଲା ନିଆଁ, ଶିକାରୀ ଗିରଫ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୁରୁଡିଆମ୍ବ ପଞ୍ଚାୟତ ଜାମୁଁପଶି ଗ୍ରାମ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରିବା ଉଦ୍ଦେଶ୍ୟ ରଖିଥିବା ଜଣେ ବ୍ୟକ୍ତିକୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଜାମୁଁପଶି ଗ୍ରାମର ଚମ୍ପା ମୁଣ୍ଡା। ସେ ଫାଶ ବସାଇ ବନ୍ୟ ଜନ୍ତୁ ଶିକାର କରିବାକୁ‌ ଯୋଜନା ରଖିଥିଲା। ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରିବା ଉଦ୍ଦେଶ୍ୟରେ ଫାଶ ଲାଗିଥିବା ସମ୍ପର୍କରେ ଭଗାମୁଣ୍ଡା ବନ କର୍ମଚାରୀ ଖବର ପାଇ ଚଢ଼ଉ କରିଥିଲେ। ଅଭିଯୁକ୍ତ ଶ୍ରୀ ମୁଣ୍ଡାକୁ ଧରିବା ସହିତ ତା’ଠାରୁ ଫାଶକୁ ବନ ବିଭାଗ ଜବତ କରିଛି। ବନବିଭାଗ ୯୦ଡି/୨୧ ରେ ଏକ କେଶ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର