ବାର୍‌ହା ଶିକାରୀ ଗିରଫ

ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ଜାମିର୍ତା ଜଙ୍ଗଲରେ ବାର୍‌ହା ଶିକାର କରିବା ଅଭିଯୋଗରେ ବନ ବିଭାଗ ଜଣକୁ ଗିରଫ କରିଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କମଳପୁର ଗ୍ରାମର ରାଜେନ୍ ମୁଣ୍ଡା (୨୭) ଜାମିର୍ତା ଜଙ୍ଗଲରେ ହାତତିଆରି ବୋମା ରଖି ବାର୍‌ହା ଶିକାର କରିଥିଲେ। ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବାଲିବନ୍ଧ ଫରେଷ୍ଟର ବୁଲୁ ନାହକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର