ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୋକ୍ସୋ କୋର୍ଟ ବିଚାରପତି

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ର ପୋକ୍ସୋ କୋର୍ଟର ବିଚାରପତି ଓ ତାଙ୍କର ୧୦ଜଣ କର୍ମଚାରୀ ହୋମ୍‌ କ୍ୟାରେଣ୍ଟାଇନ୍‌ରେ ରହିଛନ୍ତି। ୧୬୪ ଧାରାରେ ବୀରମିତ୍ରପୁର ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଦୁଇଜଣ କନଷ୍ଟେବଳ ଗତକାଲି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଚାରପତି ଓ କୋର୍ଟର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିଛି। ଏହି ଦୁଇ କନେଷ୍ଟବଳ ପୀଡ଼ିତାଙ୍କ ସହ କୋର୍ଟକୁ ଆସିଥିଲେ ଏବଂ ବିଚାରପତି ଓ ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁଇ କନେଷ୍ଟବଳ ଗତକାଲି ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ ଆଶଙ୍କାରେ ସମସ୍ତେ ଘରେ ସଙ୍ଗରୋଧରେ ରହିବାକୁ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର