ରାଜ୍ୟ ପାଇଁ ଆଦର୍ଶ ଗାଁ ପେଦାଭାଲଦା; ରକ୍ଷା ‌କଲେ ସରୁ ପେନୁ

୧୨୧ କନ୍ଧ ପରିବାରଙ୍କୁ ଛୁଇଁନି କରୋନା; ଦୁଇବର୍ଷ ହେଲା ପାହାଡକୁ ପୂଜୁଛନ୍ତି କନ୍ଧ ପରିବାର

କୋରାପୁଟ/ବନ୍ଧୁଗାଁ: ଓଡ଼ିଶା ଓ ଆନ୍ଧ୍ରକୁ ଦୁଇ ଭାଗ କରି ଠିଆ ହୋଇଛି ସରୁ ପେନୁ ବା ପର୍ବତ ଦେବତା। ଓଡ଼ିଶାପଟୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କନ୍ଧ ସମ୍ପ୍ରଦାୟର ୧୨୧ ପରିବାର ରହୁଥିବା ପେଦାଭାଲଦା ଗାଁକୁ କବଜ କରି ଠିଆହୋଇଛି। ଆନ୍ଧ୍ରପଟୁ କୌଣସି କାରବାରକୁ ଗାଁ ଲୋକେ ବାରଣ କରିଥିବାବେଳେ ରାସ୍ତାକୁ କରୋନାର ପ୍ରଥମର ଲହରରୁ ସିଲ କରିଛନ୍ତି। ଏହି ପର୍ବତ ଦେବତା ଗାଁଟାକୁ ରକ୍ଷା କରିଛି। ଗାଁକୁ ଏବେ ଯାଏ କ‌ରୋନା ମହାମାରୀ ଛୁଇଁପାରିନି। ନା ପ୍ରଥମ ଲହର ନା ଦ୍ବିତୀୟ ଲହର କୌଣସି ଲହର ଗାଁ ଉପରେ ରହିଥିବା ପ୍ରଭାବକୁ ସରୁପେନୁଙ୍କ ପାଇଁ ପକାଇ ପାରିନି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପେଦାଭାଲଦା ଗାଁରେ କେଉଁ ଆଦିମ କାଳରୁ ରହିଆସୁଛନ୍ତି ଦେଶୀଆ କନ୍ଧ ପରିବାର। ଏହି କନ୍ଧ ପରିବାର ମୁଖ୍ୟତଃ ଚାଷବାସ ଓ କୂଲିଭୂତି କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଗତବର୍ଷଠୁ ଦାଦନ ଖଟିବାକୁ ପଡୋଶୀ ରାଜ୍ୟକୁ ଯାଉ ନାହାଁନ୍ତି। କରୋନା ଭୟରେ ଗାଁରେ ରହିଥିବା ଚାଷ ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ଜମିରୁ ଯାହା ମିଳୁଛି ତାହାକୁ ଆଲମଣ୍ଡା ବଜାରରେ ବିକ୍ରି କରି ପରିବାର ପୋଷୁଛନ୍ତି। ସହର ସହ ଗାଁର କୌଣସି ସମ୍ପର୍କ ନ ଥିବାରୁ ଏବେଯାଏ ଗାଁକୁ ମାଡିନି କରୋନା। ଗାଁରେ ଏବେ ସବୁ କନ୍ଧ ପରିବାର ସୁସ୍ଥ ରହିଥିବାବେଳେ ସରୁପେନୁଙ୍କ ଦୟାରୁ ଗାଁକୁ ମାଡିନି କୌଣସି ଆମ୍ବୁଲାନ୍ସ। ଗାଁରେ ୧୨୧ଟି ପରିବାର ରହୁଥିବାବେଳେ ଜନସଂଖ୍ୟା ପାଖାପାଖି ୭୫୦ରୁ ଅଧିକ ହେବ। ଦୁଇଟି ୱାର୍ଡରେ ବିଭକ୍ତ ହୋଇଥିବା ଏହି ଗାଁକୁ ଏବେ ଯାଏଁ କରୋନା ଆଖି ଉଠାଇ ଦେଖିପାରିନ ନ ଥିବାରୁ ନିକଟରେ ଏକ ପୂଜା କରି ଧନ୍ୟବାଦ ଦେଇଥିବା ଜଣାପଡିଛି।

Sambad

ଗାଁର ଅଙ୍ଗନବାଡିକର୍ମୀ ଓ ଆଶା ଦିଦି ଘରକୁ ଘର ବୁଲି ସର୍ଭେ କରିଥିବାବେଳେ କାହାକୁ ବି ଜ୍ବର, ଥଣ୍ଡା, କାଶ ହୋଇ ନ ଥିବା ଜଣାପଡିଛି। ଏଥିପାଇଁ ଗ୍ରାମର ଚିକିତ୍ସକ ଡିଙ୍ଗା ପେନୁ (ମୃତ୍ୟୁ ଦେବତା), ରୁଜା ବା ଯୁଗାପେନୁ(ଦୈବୀଦୁର୍ବିପାକ ଦେବତା) ଉଦେଶ୍ୟରେ ପୂଜା ଇତ୍ୟାଦି ନିକଟରେ କରାଯାଇଛି। ଗାଁର ମୁଖିଆ ରମେଶ ହେରେକା ଓ ତେନେୟା କାଡ୍ରାକା ଏହି ଦାୟିତ୍ବ ନେଇ କାମ କରିଥିବା ଜଣାପଡିଛି।

ୱାର୍ଡ ନମ୍ବର ୧ର ସଭ୍ୟ ରମେଶ ହେରେକା କହିଛନ୍ତି ଯେ ଗାଁରେ ସବୁ ପରିବାର କନ୍ଧ ସମ୍ପ୍ରଦାୟର ହୋଇଥିବାରୁ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଛି। ଗ୍ରାମର ଚିକିତ୍ସକ ଡିଙ୍ଗା ପେନୁ (ମୃତ୍ୟୁ ଦେବତା), ରୁଜା ବା ଯୁଗାପେନୁ (ଦୈବୀଦୁର୍ବିପାକ ଦେବତା) ଉଦେଶ୍ୟରେ ପୂଜା ଇତ୍ୟାଦି ନିକଟରେ କରାଯାଇଛି। ଏହି ପୂଜାର ଗତବର୍ଷ ହୋଇଥିବାରୁ ଗାଁକୁ କ‌ୋରାନା ଆସି ନ ଥିଲା। ତେଣୁ ଚଳିତବର୍ଷ ମଧ୍ୟ ଏହାକୁ କରାଯାଇ ଗାଁ ଲୋକଙ୍କୁ ଶୁଭ ମନସା ଯାଇଛି ବୋଲି ସେ କହିଛନ୍ତି। ୱାର୍ଡ ନମ୍ବର ୨ର ସଭ୍ୟ ତେନେୟା କାଡ୍ରାକା କହିଛନ୍ତି ଯେ ସରୁ ପେନୁ ବା ପର୍ବତ ଦେବତା ଗାଁକୁ ଘଣ୍ଟ ପରି ହୋଇ ଠିଆ ହୋଇଛି।

ଏହି ପାହାଡ ଓଡ଼ିଶା ଓ ଆନ୍ଧ୍ରକୁ ଭାଗ କରୁଥିବାରୁ ଆନ୍ଧ୍ର ଲୋକେ ଓଡ଼ିଶାକୁ ଆସିପାରୁ ନାହାଁନ୍ତି। ଫଳରେ ଗାଁରେ କରୋନାର ପ୍ରଭାବ ନାହିଁ। ନିକଟରେ ଗାଁକୁ ଆସିଥିବା ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ସର୍ଭେ କରି ନେଇଛନ୍ତି। କୌଣସି ଗାଁ ଲୋକଙ୍କୁ ସର୍ଦ୍ଧି, ଥଣ୍ଡା, ଜ୍ବର କି କାଶ ହୋଇନାହିଁ। ସରୁ ପେନୁ ଆମେ ସୁସ୍ଥ ରହିଛୁ ବୋଲି ସେ କହିଛନ୍ତି। ବିଡିଓ ଆକାଶ ପଟ୍ଟନାୟକ କହିଛନ୍ତି ଯେ ଆନ୍ଧ୍ର ପଟୁ ସୀମାକୁ ସିଲ କରାଯାଇଛି। ଫଳରେ ଆନ୍ଧ୍ରରୁ ଆସୁଥିବା ଲୋକେ ପ୍ରବେଶ କରୁ ନ ଥିବାରୁ ସେତେଟା ପ୍ରଭାବ ନାହିଁ। ସବୁ ପ୍ରକାର ପରିସ୍ଥିତିକୁ ଦୃଷ୍ଟିରେ ଆମେ ସଜାଗ ରହିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର