କବି କୃଷ୍ଣକୁମାର ମହାନ୍ତିଙ୍କ ‘ରୁବି ରାଏ’ ଲୋକାର୍ପିତ

ବାଲେଶ୍ୱର: ଫକୀରମୋହନ ଗୋଲେଇସ୍ଥିତ ସାହିତ୍ୟ ଖଟିରେ ଶୁକ୍ରବାର ସକାଳେ ଗାଳ୍ପିକ କବି କୃଷ୍ଣକୁମାର ମହାନ୍ତିଙ୍କ ‘ଟାଇମ୍ ପାସ୍‌’ ଦ୍ୱାରା ପ୍ରକାଶିତ କବିତା ଗ୍ରନ୍ଥ ‘ରୁବି ରାଏ’ ଲୋକାର୍ପିତ ହୋଇଯାଇଛି। କବି ପ୍ରଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ କବି ଶ୍ରୀଦେବ, ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, କବି ଉତ୍ପଳ ମହାନ୍ତି, କବି ଶୁଭେନ୍ଦୁ ଦାସ, ବରିଷ୍ଠ ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ, ନିରଞ୍ଜନ ଖୁଣ୍ଟିଆ, ପ୍ରିୟଦର୍ଶିନୀ ମହାନ୍ତି, କବି ମଧୁସୂଦନ ମିଶ୍ର, ଯୁବ ସମାଜସେବୀ ତୁଷାରକାନ୍ତି ତପସ୍ୱୀ, ସୁକୁମାର ଘୋଷ ପ୍ରମୁଖ ଯୋଗ ଦେଇ କବିତା ସଂକଳନକୁ ଲୋକାର୍ପିତ କରିଥିଲେ।

ଶ୍ରୀ ମହାନ୍ତିଙ୍କ ରଚିତ ୧୫୦ ପୃଷ୍ଠା ବିଶିଷ୍ଟ ‘ରୁବି ରାଏ’ରେ ୬୫ଟି କବିତା ପାଠକ ମହଲରେ ବେଶ୍‌ ଆଦୃତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କଣ୍ଠଶିଳ୍ପୀ ସୁଶ୍ରୀ ସତ୍ୟାଲିଶା ଶୁଭଦର୍ଶିନୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ସମାଜସେବୀ ରାଜେଶ କୁମାର ଗିରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି କୃଷ୍ଣକୁମାରଙ୍କ ଝିଅ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ପୁସ୍ତକ ସଂପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର