ସୁନ୍ଦରଗଡ଼ : ‘କବିର ମୃତ୍ୟୁ ନାହିଁ, ତା’ କଲମରୁ ଉତୁରିଥିବା ପ୍ରତିଟି ଶବ୍ଦ ମୃତ୍ୟୁଞ୍ଜୟୀ’। ସ୍ଥାନୀୟ କଳାୟତନ ପରିସରରେ ସୁନ୍ଦରଗଡ଼ ଲେଖକ ସମାଜ ପକ୍ଷରୁ ଆୟୋଜିତ ଜନବାଦୀ କବି ଓ ଔପନ୍ୟାସିକ ଅଖିଳ ନାୟକ ଓ ଗୀତିକବି ପ୍ରହଲ୍ଲାଦ ସାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାହିତ୍ୟିକମାନେ ଦୁଇ କବିଙ୍କ ସ୍ମୃତିଚାରଣ କରି ଏହା କହିଛନ୍ତି। ଗାଳ୍ପିକ ଗିରି ଦଣ୍ତସେନା କବି ଅଖିଳଙ୍କ ସ୍ମୃତିଚାରଣ କରି କହିଥିଲେ, ‘ଅଖିଳ ଆମ ଗହଣରେ ବିବେକର ସ୍ବର ଭାବେ ଚିରଦିନ ପଥ ପ୍ରଦର୍ଶନ କରୁଥିବେ। ଅଖିଳ ଜନବାଦୀ ସାହିତ୍ୟର ଜଣେ ମୁକ୍ତି ମଶାଲ। ଦଳିତ, ନିଷ୍ପେସିତ, ସାଧାରଣଜନତାଙ୍କୁ ସେ ଦେଖାଇଥିଲେ ମୁକ୍ତିର ବାଟ। ସାମାଜିକ ଅସ୍ପୃଶ୍ୟତା, ଭେଦଭାବ, ଅସହିଷ୍ଣୁତା ବିରୋଧରେ ତାଙ୍କ କଲମ ସଦା ଚଳଚଞ୍ଚଳ ଥିଲା। ତାଙ୍କ ବିୟୋଗ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି’। ସେହିପରି ଗୀତିକବି ପ୍ରହଲ୍ଲାଦଙ୍କ ସ୍ମୃତିଚାରଣ କରିଥିଲେ କବି ଗୋପକୃଷ୍ଣ ନାୟକ। ସେ କହିଥିଲେ, ‘ ପ୍ରହଲ୍ଲାଦ ସା ନିଜେ ଅନେକ କଷ୍ଟ ପାଇଥିଲେ ମଧ୍ୟ ବାହାରକୁ ହସମୁଖର ଥିଲେ। ପରିବାର ପାଇଁ ସେ ଜଣେ ଆଦର୍ଶ ପିତା, ଭାଇ, ପତି ଓ ସମାଜ ପାଇଁ ଜଣେ ସରଳ, ନିଷ୍କପଟ ମଣିଷ। ଜଣେ ଜୀବନବାଦୀ କବି ପରିଚିତ ଶ୍ରୀ ସାଙ୍କ ଗୀତି କବିତା ଆଲବମ୍ କ୍ୟାସେଟ ରୂପେ ପରିପ୍ରକାଶ ହୋଇ ଜନମାନସରେ ବେଶ ଆଦୃତ ଲାଭ କରିଛି’। ଯୁବକବି ବିବିଧ ବିଶ୍ବ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ କବି ମିନତୀ ମିଶ୍ର, ପିଣ୍ଟୁ ଦତ୍ତ, ସୁଷମା ପଟେଲ, ସୌମ୍ୟ ମହାକୁଡ଼, ରାମେଶ୍ବର ପଟେଲ ପ୍ରମୁଖ ଯୋଗ ଦେଇଥିଲେ।
କବି କଲମରୁ ଉତୁରିଥିବା ଶବ୍ଦ ମୃ୍ତ୍ୟୁଞ୍ଜୟୀ’, କବି ଅଖିଳ ନାୟକ ଓ ଗୀତିକବି ପ୍ରହଲ୍ଲାଦ ସାଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2021/11/2e9a2d4b-1207-4b15-88be-f6267f5fbeb5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)