ଶେମିଳିଗୁଡ଼ା: କୋରାପୁଟ ଜିଲ୍ଲା ଶେମିଳିଗୁଡ଼ା କଲେଜ ପାର୍ଶ୍ବରୁ ଏକ ବସ୍ତା ମଧ୍ୟରୁ ଏକ ଶିଶୁ କନ୍ୟା ଉଦ୍ଧାର। ଚାଇଲ୍ଡ଼ ଲାଇନ ଓ ପୁଲିସ ଦ୍ବାରା କନ୍ୟା ଟିକୁ ଉଦ୍ଧାର କରାଯାଇ ବାଲିଗୁଡ଼ା ମେଡ଼ିକାଲ ଠାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଅନୁଯାୟ, ଶେମିଳିଗୁଡ଼ା କଲେଜ ପାର୍ଶ୍ବରୁ ଏକ ବସ୍ତାରେ ଶିଶୁ କନ୍ୟାକୁ ଠାବ କଲେ ସ୍ଥାନୀୟ ଲୋକେ। ଏନେଇ ଚାଇଲ୍‌ଡ଼ ଲାଇନ ଓ ପୁଲିସକୁ ଖବର ଦେବା ମାତ୍ରେ ଘଟଣାସ୍ଥଳରେ ପୁଲିସ ଓ ଚାଇଲ୍ଡ଼ ଲାଇନ ପହଞ୍ଚି ଶିଶୁଟିକୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବାରୁ ଶିଶୁଟିକୁ କୋରାପୁଟ ସ୍ଥିତ ଏସ୍‌ଏଲଏନ୍‌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସା କରାଯାଉଛି। ଶିଶୁ କନ୍ୟାଟିକୁ ଚାଇଲ୍‌ଡ଼ ଲାଇନ ସିଡ଼ବ୍ଲୁସିକୁ ଉପସ୍ଥାନ କରି ସିଡ଼ବ୍ଲୁସିକୁ ନିର୍ଦେଶ ମୁତାବକ ଥଇଥାନ କରାଯିବା ନେଇ ସୂଚନା ରହିଛି।