ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର ରଖି ବିକ୍ଷୋଭ, ପୁଲିସ-ସିପିଆଇଏମ୍‌ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳରେ ଥିବା ବିଭିନ୍ନ ଧାନ କ୍ରୟ କେନ୍ଦ୍ର ଗୁଡିକରେ କିଣା ବନ୍ଦ କରିବା ପରେ ଏବେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଘଟଣାକୁ ନେଇ ସିପିଆଇଏମ୍‌ ପକ୍ଷରୁ ଆଜି ବଣାଇଁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ସମୟରେ ନିଜେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ନେତୃତ୍ୱ ନେଇ ପଚାଶରୁ ଊର୍ଦ୍ଧ୍ୱ ଧାନ ବୋଝେଇ ଟ୍ରାକ୍ଟର ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସମୟରେ ପୁଲିସ ଓ ସିପିଆଇଏମ୍‌ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ପରେ ତୁରନ୍ତ ସରକାର ବଳକା ଧାନ କ୍ରୟ ନକଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି। ପରେ ବଣାଇଁ ଉପଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରି ଜିଲ୍ଲାପାଳଙ୍କୁ ଅବଗତ କରାଇବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ କ୍ଷାନ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର