ଅଶ୍ଳୀଳ ଫଟୋ ଦେଖାଇ ଯୁବତୀଙ୍କୁ ବ୍ଲାକମେଲିଂ, ଯୁବକଙ୍କୁ ଗିରଫ କଲା ପୁଲିସ

ଭୁବନ: ଅଶ୍ଳୀଳ ଫଟୋ ଦେଖାଇ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ | ମିଳିଥିବା ସୂଚନା ମୁତାବକ ଭୁବନ ଅଂଚଳର ଜଗବନ୍ଧୁ ଗୁରୁ ନାମକ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ୮ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ | ଆଉ ଦେଢ଼ ବର୍ଷ ହେଲା ଜଗବନ୍ଧୁ ଯୁବତୀଙ୍କର କିଛି ଅଶ୍ଳୀଳ ଫଟୋ ରଖି ବାହା ହେବା ପାଇଁ ବାଧ୍ୟ କରୁଥିଲେ | ତେବେ ମାର୍ଚ୍ଚ ୫ ତାରିଖ ସନ୍ଧ୍ୟାରେ ଜଗବନ୍ଧୁ ଉକ୍ତ ଯୁବତୀଙ୍କ ଘର ପାଖରେ ପହଂଚି ବାହା ହେବା ପାଇଁ କହିଥିଲା | ଆଉ ସାଥିରେ ନ ଗଲେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲା |

ଆଉ ଏହି ଧମକରେ ଡରିଯାଇ ଯୁବତୀ ଜଣକ ଜଗବନ୍ଧୁଙ୍କ ସହ ଯାଇଥିଲେ | ଜଗବନ୍ଧୁ ଯୁବତୀଙ୍କୁ ନିଜର ବଡବାପାଙ୍କ ଘରେ ରଖି ତାକୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିଲା | ଆଜି କୌଶଳ କ୍ରମେ ଯୁବତୀ ଜଣକ ଜଣେ ସାମ୍ବାଦିକଙ୍କୁ ଫୋନ କରି ଜଣାଇଥିଲା | ଏହା ପରେ ଗନ୍ଦିଆ ଥାନା ଅଧିକାରୀ ନିର୍ମଳା ଗୋଛାୟତ ଖବର ପାଇ ଘଟଣାସ୍ଥଳରେ ପହଂଚି ଘର ଭିତରେ ଥିବା ଉକ୍ତ ଯୁବତୀ ଓ ଅଭିଯୁକ୍ତ ଜଗବନ୍ଧୁକୁ ଥାନାକୁ ଆଣିଥିଲେ |

ଆଉ ଯୁବତୀଙ୍କର ଲିଖିତ ଅଭିଯୋଗ ପରେ ଗନ୍ଦିଆ ପୁଲିସ କେସ ନଂ ୬୪-ଦଫା ୩୪୨,୩୭୬,୫୦୬ ଆଇପିସିରେ ମାମଲା ରୁଜୁ କରିଛି | ଆଜି ଉକ୍ତ ଯୁବତୀଙ୍କର ଡାକ୍ତରୀ ମାଇନା କରାଯାଇଥିବାବେଳେ ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର