୨୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ଗଲେ ପୁଲିସ ବାବୁ

ଜୟପୁର: ୧୦ତାରିଖ ଦିନ ରାତିରେ ଯୌତୁକ ନିର୍ଯ୍ୟାତନା ମାମଲାକୁ କୋହଳ କରିବାକୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ଲିମରାଜ ପ୍ରଧାନ। ଗତକାଲି ଅପରାହ୍ନରେ ତାଙ୍କୁ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କାଙ୍କ କୋର୍ଟରେ ଉପସ୍ଥିତ କରିଥିଲା ଜୟପୁର ଭିଜିଲାନ୍ସ। ତାଙ୍କ ଆଇନଜୀବୀ ଲାଲ ମୋହନ ମିଶ୍ର ଜାମିନ ଆବେଦନ ଦାଖଲ କରିଥିଲେ। ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଇନିସପେକ୍ଟର ଶ୍ରୀ ପ୍ରଧାନଙ୍କୁ ବିଚାରବିଭାଗୀୟ ହାଜ ଜୟପୁର ଉପଖଣ୍ଡକାରାଗାରକୁ ଯାଇଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ.ବାଲାଜୀ ରାଓ।

ପ୍ରକାଶଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଡିଏନକେରେ ରହୁଥିନା ନଳିନୀ ନାୟକ ଏକ‌ ‌ଯୌତୁକ ନିର୍ଯ୍ୟାତନା ମାମଲାର କୋହଳ କରିବା ପାଇଁ ଅଭିଯୁକ୍ତ ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ଶ୍ରୀ ପ୍ରଧାନ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଦେଇ ପାରିବେ ନାହିଁ ବୋଲି କହିଥିଲେ ହେଁ ଦେବାକୁ ବାଧ୍ୟ କରିଥିଲେ। ଶ୍ରୀ ନାୟକ ଭିଜିଲାନସର ଦ୍ବାରସ୍ଥ ହୋଇ ରଙ୍ଗବୋଳା ଟଙ୍କା ଗତକାଲି ରାତିରେ ଅଭିଯୁକ୍ତ ଶ୍ରୀ ପ୍ରଧାନଙ୍କୁ ଦେଇଥିଲେ। ସେ ଥାନାରୁ ବାହାରେ ଏହି ଟଙ୍କା ନେଇଥିଲେ। ଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ ଦଉଡାଇ ଦଉଡାଇ ଧରି ତାଙ୍କ ନିକଟରୁ ଏହି ରଙ୍ଗବୋଳା ଟଙ୍କା ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର