ବାଲୁଗାଁ: ଆଜି ସକାଳେ ଏକ କେସ୍ରେ ସହଯୋଗ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାର ଏଏସଆଇ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ଗିରଫ କରିଛି।
ଭୁଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀର ଅନୀଲ କୁମାର ବେହେରା ନାମକ ଜଣେ ଯୁବକଙ୍କର ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ମାମଲା ରୁଜୁ କରିବା ପାଇଁ ଶ୍ରୀ ପଟ୍ଟନାୟକ ଶ୍ରୀ ବେହେରାଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ଏ ନେଇ ଶ୍ରୀ ବେହେରା ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ସହିତ ଯୋଗାଯୋଗ କରିଥିଲେ। ଯୋଜନା ଅନୁଯାୟୀ ଶ୍ରୀ ବେହେରା ଆଜି ଏଏସଆଇ ଶ୍ରୀ ପଟ୍ଟନାୟକଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ।
ବାଲୁଗାଁ: ଲାଞ୍ଚ ନେଇ ପୁଲିସ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ
/sambad/media/post_attachments/wp-content/uploads/2018/03/Vigilance_Odisha.jpg)