ସମ୍ବଲପୁର: ଥାନାରେ ଦୁଇ ଜଣ ପୁଲିସ ଅଧିକାରୀ ଗଣ୍ଡଗୋଳ କରିବା ମାମଲାରେ ରବିବାର ଜଣେ ଏଏସ୍ଆଇଙ୍କୁ ଡିଆଇଜି ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାର କିସିଣ୍ଡା ଥାନାରେ ଆଜି ଏହି ଘଟଣା ଦେଖିବାକୁ ମିଳିଛି। ଛୁଟି ମାଗିବାକୁ ନେଇ ଥାନାର ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଓ ଏଏସ୍ଆଇ ବିଶ୍ୱଜିତ ପାଣିଗ୍ରାହୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରାଥମିକ ତଦନ୍ତ ପରେ ଡିଆଇଜି ସଂଜୀବ ଆରୋରା କାର୍ଯ୍ୟାନୁଷ୍ଠାନ ନେଇ ଏଏସ୍ଆଇ ପାଣିଗ୍ରାହୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତନୁ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି।
ସମ୍ବଲପୁର: ୨ ପୁଲିସ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ, ଏଏସ୍ଆଇ ନିଲମ୍ବିତ
/sambad/media/post_attachments/wp-content/uploads/2019/04/police-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)