ଭଦ୍ରକ: ଭଦ୍ରକ ଟାଉନ୍ ଥାନାର ଏଏସ୍ଆଇ ବୀରକିଶୋର ବେହେରା ରବିବାର ନିଲମ୍ବିତ ହୋଇଛନ୍ତି । ଭଦ୍ରକ ଏସ୍ପି ଚରଣ ସିଂହ ମୀନା ଏଏସ୍ଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏଏସ୍ଆଇ ବୀରକିଶୋର ବେହେରା ଭଦ୍ରକ ଟାଉନର ଜଣେ ଯୁବକଙ୍କୁ ମଦ ମାଗୁଥିଲେ । ଏହି ଘଟଣାର ଅଡିଓ ଟ୍ୟାପ୍ ସାମାଜିକ ଗଣାମାଧ୍ୟରେ ଭାଇରାଲ ହୋଇଥିଲା । ଏଭଳି ଭାଇରାଲ ଟ୍ୟାପ ସଂପର୍କରେ ଭଦ୍ରକ ଏସ୍ପିଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଘଟଣାର ନିରପେକ୍ଷ ଯାଂଚ କରିବା ପରେ କର୍ତ୍ତବ୍ୟରେ ଅବହେଳା ପାଇଁ ତଥା ଜଣେ ଏଏସଆଇଙ୍କ ଦାୟିତ୍ୱହୀନତା କାମ ପାଇଁ ବୀରକିଶୋରଙ୍କୁ ଏସ୍ପି ଶ୍ରୀ ମୀନା କାର୍ଯ୍ୟାନୁଷ୍ଠାନ ନେଇ ନିଲମ୍ବନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/71a2bb74-06e7-4ded-86e8-feb56e792e69.jpg)