ରାୟଗଡା: ରାୟଗଡା ଜିଲ୍ଲା ଡ୍ରଗସ୍ ଡିସପୋଜାଲ କମିଟି ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ଥାନାର ୩୦ଟି ଗଞ୍ଜେଇ କେସରେ ଜବତ ହୋଇଥିବା ଗଞ୍ଜେଇକୁ ପୁଲିସ ପୋଡି ନଷ୍ଟ କରି ଦେଇଛି। ଜିଲ୍ଲାର ୩୦ଟି ଗଞ୍ଜେଇ କେସରେ ପ୍ରାୟ ୨୮୮୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଗଞ୍ଜେଇକୁ କୋର୍ଟରେ ହାଜର କରାଯିବା ପରେ ପୋଡ଼ି ନଷ୍ଟ କରି ଦିଆଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

Advertisment

publive-image Sambad

ସମସ୍ତ ନିୟମକୁ ନଜରରେ ରଖି ଏହି ଗଞ୍ଜେଇକୁ ନଷ୍ଟ କରାଯାଇଥିବା କୁହାଯାଇଛି। ଜିଲ୍ଲାରେ ଗଞ୍ଜେଇ କାରବାରକୁ ରୋକିବାରେ ପୁଲିସ ଏକ ପ୍ରକାର ସଫଳ ହୋଇଥିବା ବେଳେ ଏଥିରେ ଜଡିତ ଥିବା ମାଫିଆଙ୍କ ନିଦ ମଧ୍ୟ ହଜାଇ ଦେଇଛି ପୁଲିସ।