ବୁଗୁଡ଼ା: ବଦଳି ଆଦେଶ ପରେ ଜଏନ ହେବାକୁ ଆସିଥିଲେ ହେଲେ ଥାନାକୁ ଯିବା ପୂର୍ବରୁ ଅତ୍ୟଧିକ ନିଶାପାନ କରି ରାସ୍ତାରେ ଗଡ଼ି ପଡ଼ିଲେ ପୁଲିସ କନେଷ୍ଟବଳ। ଏଭଳି ଦେଖିବାକୁ ମିଳିଛି ବୁଗୁଡ଼ା ସହରର ହାଇସ୍କୁଲ ଛକରେ। ଯାହାକି ଥାନା ଠାରୁ ମାତ୍ର କିଛି ଦୂରରେ। ଆଉ ଏହି ଦୃଶ୍ୟକୁ ମୋବାଇଲରେ କଏଦ କରି ସୋସିଆଲ ମିଡ଼ିଆରେ ଭାଇରଲ କଲେ ଯୁବକ।
ଖବର ଅନୁଯାୟୀ, ଗଞ୍ଜାମ ଥାନାରେ କାର୍ଯ୍ୟରତ ସୀତାରାମ ମଲ୍ଲିକ ନାମକ ଜଣେ ପୁଲିସ କନଷ୍ଟେବଳଙ୍କୁ ବୁଗୁଡ଼ା ଥାନାକୁ ବଦଳି ହୋଇଥିଲା। ସେ ଗତକାଲି ବଦଳି ଆଦେଶ ଧରି ବୁଗୁଡ଼ା ଥାନାକୁ ଜଏନ କରିବାକୁ ଯାଉଥିଲେ। ହେଲେ ଜଏନ ହେବା ପୂର୍ବରୁ ସବୁ ଗଡ଼ବଡ଼ ହୋଇଗଲା। ଏବେ ତାଙ୍କୁ ଏଠାରେ ଜଏନ କରିବାକୁ ଦିଆଯିବ ନା ପୁଣି ପୂର୍ବ ସ୍ଥାନକୁ ଫେରିବେ ସେ ନେଇ କୌଣସି ପଦକ୍ଷେପ ନିଆ ଯାଇ ନଥିବା କହିଛନ୍ତି ଆଇଆଇସି ଚିତ୍ତରଞ୍ଜନ ବେହେରା।