ଛତିଶଗଡ଼ର ଟ୍ରକ ଧକ୍କାରେ ସମ୍ବଲପୁରରେ ଜୀବନ ହାରିଲେ ପୁଲିସ କନେଷ୍ଟବଳ

ସମ୍ବଲପୁର: ସଦର ଥାନା ମାନେଶ୍ୱର ଅନ୍ତର୍ଗତ ମିର୍ଗାମୁଣ୍ଡା ନିକଟରେ ଟ୍ରକ ଧକ୍କାରେ ଜଣେ ପୁଲିସ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କ୍ଷେତରାଜପୁର ଥାନାରେ କାର୍ଯ୍ୟରତ ରୋହିତ ଭରାସାଗର (୪୫) । ଏସଂପର୍କରେ ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଛି ।

ସୂଚନା ଅନୁସାରେ ସଦର ଥାନା ଗୁରୁପାଲି ଗ୍ରାମର ରୋହିତ ଆଜି ଦିନ ପ୍ରାୟ ସାଢ଼େ ଗୋଟିଏରେ ଡ୍ୟୁଟି ସାରି ଘରକୁ ବାଇଇ (ଓଡ଼ି ୧୫ଜି-୮୮୧୨)ରେ ଯାଉଥିଲେ । ଏହି ସମୟରେ ସମ୍ବଲପୁର ପଟରୁ ଜମନକିରା ଆଡ଼କୁ ଯାଉଥିବା ଟ୍ରକ (ସିଜି ୦୪ ଜେସି-୧୩୮୧ ତାଙ୍କୁ ପଛ ପଟରୁ ଧକ୍କା ଦେଇ ପ୍ରାୟ ୫୦ ମିଟର ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ରୋହିତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ହୋଇଯାଉଥିବା ସମୟରେ ସିନ୍ଦୁରପଙ୍କ ନିକଟରେ ପୁଲିସ ଗାଡ଼ିଟିକୁ କାବୁ କରିଥିଲା । ତେବେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିଲା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର