ନୀଳଗିରି: ଗତକାଲି ଅପରାହ୍ନରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଡାକ୍ତରଖାନାରେ ୧୦ ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ପଡ଼ି ରହିଥିଲେ ମଧ୍ୟ ପୁଲିସ ପଞ୍ଚାନାମା ନ କରିବା ଯୋଗୁଁ ମୃତଦେହ ବ୍ୟବଛେଦ ହୋଇ ପାରି ନାହିଁ। ପଞ୍ଚନାମା ପାଇଁ ମୃତବ୍ୟକ୍ତିଙ୍କ ପରିବାର ଠାରୁ ପୁଲିସ ଟଙ୍କା ମାଗିବା ପରେ ପରିବାର ଲୋକେ ଏ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ସମସ୍ତ କଥାଶୁଣିବା ପରେ ଉପଜିଲ୍ଲାପାଳ ଏ ନେଇ ଥାନା କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ପରେ ଏବେ ପଞ୍ଚନାମା କରିବା ପାଇଁ ପୁଲିସ ଡାକ୍ତିରଖାନାରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁଯାୟୀ, ନୀଳଗିର ଥାନା ନରଣପୁର ଗ୍ରାମର ଶରତ ରାଉତ(୫୦ ବର୍ଷ) ଗତକାଲି ବିଲରେ କାର୍ଯ୍ୟ କରୁଥିବା ବୋଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ତେବେ ଏ ନେଇ ଡାକ୍ତରଖାନା ପକ୍ଷରୁ ନୀଳଗିରି ଥାନାକୁ ସୂଚନା ଦିଆଯାଇଥିଲା। ମୃତଦେହ ପଞ୍ଚାନାମା କରିବା ପାଇଁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ସମ୍ପୃକ୍ତ ଏଏସଆଇ ଜଣକ ପଞ୍ଚନାମା ପାଇଁ ଟଙ୍କା ଦାବି କରିଥିଲେ। ଟଙ୍କା ନ ମିଳିଲେ ସେ ପଞ୍ଚନାମା କରିବେ ନାହିଁ ବୋଲି କହିଥିଲେ। ଫଳରେ ମୃତ ଶରତଙ୍କ ବଡ଼ଭାଇ , ଶଳା ଓ ଗ୍ରାମବାସୀ ଯାଇ ଏ ସମ୍ପର୍କରେ ନୀଳଗିରି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଲଙ୍କ ହସ୍ତକ୍ଷେପ ପରେ ମୃତଦେହ ପଞ୍ଚନାମା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି।
ନୀଳଗିରି: ୧୦ ଘଣ୍ଟା ଧରି ଡାକ୍ତରଖାନାରେ ଭଡ଼ିରହିଛି ମୃତଦେହ
/sambad/media/post_attachments/wp-content/uploads/2018/08/nilagiri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)