ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଗତ ଶନିବାର ଦିନ ହୋଇଥିବା ଡବଲ ମଡର ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତମାନଙ୍କୁ ପୁଲିସ ବଲାଙ୍ଗୀର ଠାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

Advertisment

ରବିବାର ସକାଳେ ଏକ ପ୍ଲାଟୁନ ପୁଲିସ ସହ ବଲାଙ୍ଗୀର ଏସ୍‌ଡ଼ିପିଓ ଜରାସିଂହାରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏନେଇ ଦେଓଗାଁ ଥାନାରେ ଦୁଇଟି ହତ୍ୟା ମାମଲା ରୁଜୁ ହୋଇଛି।

ପ୍ରକାଶ ଥାଉକି ଗତ ଶନିବାର ଦିନ ଛେଳି ଚାରାକୁ ନେଇ ଜରସିଂହାର ଧନମତ ରାଉତ ଓ ଶ୍ରୀପତି ବେଶ୍ରାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଧନମତ ଶ୍ରୀ ବେଶ୍ରାଙ୍କ ସହ ତିନିଜଣଙ୍କୁ ଟାଙ୍ଗିଆରେ ହାଣି ଥିଲା। ଗୁରୁତର ଭିତରୁ ଶ୍ରୀପତିଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ବେଳେ ଏକ ଗୋଷ୍ଠୀ ଧନମତ ଘରକୁ ଯାଇ ତାଙ୍କୁ କୋଦାଲରେ ହାଣୀ ହତ୍ୟା କରିଥିଲେ। ଗାଁରେ ଚାପା ଉତ୍ତେଜନା ଥିବାରୁ ପୁଲିସ ମୁତୟନ ଅଛନ୍ତି।