ନୂଆପଡ଼ା: ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ | ଆଜି ଡିଜି ନୂଆପଡାରେ ପହଞ୍ଚି ଏସପି ଅଫିସଠାରେ ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଛନ୍ତି। ଆଜି ପୁଲିସ ମହାନିର୍ଦ୍ଦେଶକ ବଂଶଲ, ଗୌତମା ହେଲିପେଡ଼ରେ ହେଲିକପ୍ଟରରେ ପହଞ୍ଚି ନୂଆପଡା ଏସପି ଅଫିସରେ ଅଧିକାରୀମାନଙ୍କୁ ନେଇ ମାଓ ଅପରେସନ ଓ ପଞ୍ଚାୟତ ନିବାଚନ ପାଇଁ ଆଲୋଚନା କରିଥିଲେ। ଏହି ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଲିତ ଦାସ,ଆଇଜି ଅପରେସନ୍ ଅମିତାଭ ଠାକୁର, ଡ଼ିଆଇଜି ଅନିରୁଦ୍ଧ ସିଂ ଉପସ୍ଥିତ ଥିଲେ।
ଦୁଇ ଦିନ ତଳେ ସୁନାବେଡା ଅଭୟାରଣ୍ୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲେ ମଧ୍ୟ କୌଣସି ଯବାନଙ୍କୁ ଆଘାତ ହୋଇନଥିବାବେଳେ କିଭଳି ମାଓବାଦୀଙ୍କୁ ଦମନ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ | ପରେ ସିଲଧାଠାରେ ଧିବା ପୁଲିସ ରିଜର୍ଭ ପୁଲିସ ଅଫିସକୁ ଯାଇ ଯବାନମାନଙ୍କ ସହ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ee134ccf-1b15-4263-ad7e-6194377c2575.jpg)