ମାଓ ଦମନ ପାଇଁ ସୁରକ୍ଷାକର୍ମୀ ସଙ୍କଳ୍ପବଦ୍ଧ: ଡିଜି

ଦିନିକିଆ କୋରାପୁଟ ଗସ୍ତରେ ପୁଲିସ ଡିଜି ଅଭୟ

କୋରାପୁଟ: କୋରାପୁଟ, ମାଲକାନଗିରି ଓ କନ୍ଧମାଳରେ ରହିଥିବା ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଡିଜିପି ଅଭୟ। ଅସ୍ତ୍ରତ୍ୟାଗ କରି ସରକାରଙ୍କ ପୁନଃଥଇଥାନ ସେବାରେ ନିଜକୁ ସାମିଲ କରନ୍ତୁ। ହିଂସା ଛାଡି ମୁଖ୍ୟସ୍ରୋତକୁ ଫେରି ସମାଜ ଗଠନରେ ଦାୟିତ୍ବବାନ ନାଗରିକ ହୁଅନ୍ତୁ ବୋଲି ଡିଜିପି ଆହ୍ବନ ଦେଇଛନ୍ତି। ମାଓ ଦମନ ନେଇ ଓଡିଶା ପୁଲିସ ପ୍ରତିଶ୍ରୁତିବଦ୍ଧ। ମାଓ ଦମନ ଅପରେସନକୁ ବ୍ୟାପକ କରାଯିବ ବୋଲି କୋରାପୁଟ ଜିଲ୍ଲାର ଓଏମପିରେରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ପୁଲିସ ଡିଜି ଅଭୟ। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଜବତ କରିବାରେ ଜିଲ୍ଲା ପୁଲିସର କାର୍ଯ୍ୟ ପ୍ରଶଂସନୀୟ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଜିଲ୍ଲା ପୁଲିସକୁ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜ‌େଇ ଚାଷୀଙ୍କୁ ମୁଖ୍ୟସ୍ରୋତକୁ ଫରାଇ ଆଣିବାକୁ ବୃବସ୍ଥା ଗ୍ରହଣ କରାଯାଇଛି। ଯଦି ସେମ‌ାନେ ରାଜି ନ ହୁଅନ୍ତି ତେବେ ପୁଲିସ ଆକ୍ରମଣାତ୍ମ ଭାବ ପୋଷଣ କରାଯିବ ବୋଲି ସେ କହିଛନ୍ତି। କୋରାପୁଟ ଜିଲ୍ଲାର ଓଏମପିରେ ରହିଥିବା ଓଏସଏପି ତୃତୀୟ ବାଟାଲିୟନକୁ ଡିଜିପି ଅଭୟ ରବିବାର ଦିନ ଗସ୍ତ କରିଥିଲେ। ଓଏସଏପି ସ୍ଥିତ ଅଡିଟୋରିୟମ ରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ଡିଜିପି ଅଭୟଙ୍କ ଦ୍ଵାରା କୋରାପୁଟ ଜିଲ୍ଲା ବହୁ ପୁଲିସ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ। ତୁଲାସେଙ୍କୁ ଧରିଥିବା ଟିମ୍‌ ଡେପ୍ୟୁଟି ସୁବେଦାର ନରେନ୍ଦ୍ର ବିଶ୍ବାଳ, ହାବିଲଦାର ଜିତେନ୍ଦ୍ର ଦାଶ, କେଶବ ସିସା, ଅଜୟ କୁମାର ଗାଣ୍ଟା, ସିନମୟ ଖରା, କିଶୋର ଚନ୍ଦ୍ର ମୁଦୁଲି, ଖୀରୋଦ ପ୍ରଧାନ, ଲିଙ୍ଗରାଜ ବାଘ, ସତ୍ୟ ନାଇକ, ଅଜୁର୍ନ ଗଟନ, ଶ୍ରୀପତି ମୁଦୁଲି, ରୁପଧର ପୁଜାରୀ, ସନ୍ତୋଷ ଜାନି, ଆନନ୍ଦ ହିକ୍‌କା, ଗିରିଧାରି ପୁଜାରୀ, ଦାମ ପରଜା ଓ ନରେଶ ଏକ୍କା।

Sambad

ଜିଲ୍ଲାରେ ୨୦୨୦ରେ ୧୪୮ଟି, ୨୦୨ ଦ୍ବିତୀୟାଅର୍ଦ୍ଧରେ ୫୪ଟି, ୨୦୨୧ରେ ପ୍ରଥମାର୍ଦ୍ଧରେ ୭୯ଟି ମାମଲା ରୁଜୁ ହୋଇଛି। ୨୦୨୦ରେ ୧୯୬ଜଣ ଗିରଫ ହୋଇଥିବାବେଳେ ୧୯୦ଟି ଗାଡି ଓ ୫୭ ହଜାର ୬୧୦ କେଜି ଗଞ୍ଜଇ ଜବତ ହୋଇଛି। ସେହିପରି ୨୦୨୦ ଦ୍ବିତୀୟାଅର୍ଦ୍ଧରେ ୧୦୩ଜଣ ଗରଫ ହୋଇଥିବାବେଳେ ୬୦ଟି ଗାଡି ଓ ୧୮ହଜାର ୫୦୦ କେଜି ଗଞ୍ଜ‌େଇ ଜବତ ହୋଇଛି। ସେହିପରି ୨୦୨୧ ପ୍ରଥମାର୍ଦ୍ଧରେ ୧୪୨ଜଣ ଗିରଫ ହୋଇଥିବାବେଳେ ୮୨ଟି ଗାଡି ସହ ୨୪ହଜାର୧୯୦ କେଜି ଗଞ୍ଜଇ ଜବତ ହୋଇଛି।

ଏଥିପାଇଁ ଏସଆଇ ଚିତ୍ତରଞ୍ଜନ ପ୍ରଧାନୀ, ଏସଆଇ ସଂଗ୍ରାମ ସ୍ବାଇଁ, ଓଆଇସି ଆଦିତ୍ୟ ମହାକୂଡ, ଏସଆଇ ଜ୍ୟୋତି ରଞ୍ଜନ ପରିଡା, ଏସଆଇ ଦିଲିପ ପ୍ରଧାନ, ଆରଓ ଶିବ ଶଙ୍କର, ଆରଓ ବାବୁଲା ହରିଜନ, ସାଗର ସାମନ୍ତରାୟ, ଆର୍ତ୍ତ ଭତ୍ରା, ଏସଡିପିଓ ଅରୁପ ବେହେରା, ଏସଡିପିଓ ସଞ୍ଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ଜୟପୁର ସଦର ଓଆଇସି ଆଦିତ୍ୟ ମହାକୁଡ ଓ ଏସଆଇ ଶଙ୍କର ପଣ୍ଡା, କୋରାପୁଟ ଟାଉନ ଆଇଆଇସି ଧୀରେନ ପଟ୍ଟନାୟକ, ଏସଆଇ ସୁଦର୍ଶନ ଅଧିକାରୀ, ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ (ପୂର୍ବରୁ ବୋରିଗୁମ୍ମା ପିଏସ)ଙ୍କୁ ଅପରାଧ ନିୟନ୍ତ୍ରଣ ଓ ମାମଲାର ପର୍ଦ୍ଧାଫାସ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର